୨୫ ଲକ୍ଷ ଲାଞ୍ଚ ମାମଲା : ସିବିଆଇ ଦ୍ୱାରା ଡିଆର୍‌ଆଇ ଏଡିଜି ଗିରଫ

ନୂଆଦିଲ୍ଲୀ : ଆଜି ସିବିଆଇ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଡିଆର୍‌ଆଇ (ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ)ର ଏଡିଜି (ଅତିରିକ୍ତ ମହା ନିର୍ଦ୍ଦେଶକ) ଚନ୍ଦ୍ର ଶେଖରଙ୍କୁ ଗିରଫ କରିଛି। ଚନ୍ଦ୍ର ଶେଖର ଲୁଧିଆନାରେ ଏଡିଜି ଭାବେ କାର୍ଯ୍ୟ କରୁଥିଲେ। ଏହି ଘଟଣାରେ ଜଡ଼ିତ ଥିବା ଜଣେ ମଧ୍ୟସ୍ଥିକୁ ମଧ୍ୟ ସିବିଆଇ ଗିରଫ କରିଛି। ସିବିଆଇ ପକ୍ଷରୁ ନୂଆଦିଲ୍ଲୀ, ନୋଇଡା ଏବଂ ଲୁଧିଆନା‌ରେ ଚଢ଼ଉ ଜାରି ରହିଛି। ଏଡିଜିଙ୍କ ପାଇଁ ମଧ୍ୟସ୍ଥି ଲାଞ୍ଚ ନେଉଥିବା ବେଳେ ସିବିଆଇ ଧରିଥିଲା। ଏଡିଜି ଚନ୍ଦ୍ର ଶେଖରଙ୍କ ପାଇଁ ଲାଞ୍ଚ ନେଉଥିବା କଥା ମଧ୍ୟସ୍ଥି ସିବିଆଇ ଆଗରେ ସ୍ବୀକାର କରିଛି। ସିବିଆଇ ଉକ୍ତ ମଧ୍ୟସ୍ଥିକୁ ଜେରା କରିବା ପରେ ମଧ୍ୟସ୍ଥି ଅନେକ ସୂଚନା ଦେଇଛି। ଏହି ଆଧାରରେ ଏଡିଜିଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ଉ ଚାଲିଛି।

ସମ୍ବନ୍ଧିତ ଖବର