ନୂଆଦିଲ୍ଲୀ : ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ୍‌ ଭାସ୍କର ରେଡ୍ଡୀଙ୍କୁ ରବିବାର ଗିରଫ କରିଛି। ପୂର୍ବତନ ସାଂସଦ ରେଡ୍ଡୀଙ୍କୁ ୨୦୧୯ ମାର୍ଚ୍ଚ ୧୫ ତାରିଖ ରାତିରେ ତାଙ୍କ ପୁଲିଭେଣ୍ଡୁଲା ସ୍ଥିତ ବାସଭବନରେ ହତ୍ୟା କରାଯାଇଥିଲା। ଏହି ମାମଲାର ତଦନ୍ତ ପ୍ରଥମେ ରାଜ୍ୟ ପୁଲିସର ଏସଆଇଟି କରୁଥିଲା। ତେବେ ୨୦୨୦ ଜୁଲାଇରେ ଉକ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲା। ସିବିଆଇ ପ୍ରଥମେ ୨୦୨୧ ଅକ୍ଟୋବର ୨୬ରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ୨୦୨୨ ଜାନୁଆରି ୩୧ରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ଏହି ହତ୍ୟାକାଣ୍ଡ ପଛରେ ଟିଡିପିର ଷଡ଼ଯନ୍ତ୍ର ଥିଲା ବୋଲି ଜଗନ ଦାବି କରିଥିଲେ।