ନୂଆଦିଲ୍ଲୀ: ସିବିଆଇ ନିଟ୍ ପେପର ଲିକ୍ ମାମଲାର ତଦନ୍ତ କରୁଛି। ପେପର ଲିକ୍ ଅଭିଯୋଗରେ ସିବିଆଇ ଗଙ୍ଗାଧର ନାମକ ଦୁଇ ଜଣଙ୍କୁ ଗିରଫ କରିସାରିଛି, କିନ୍ତୁ ସେମାନଙ୍କ ମଧ୍ୟ ଜଣେ ଅଭିଯୁକ୍ତ ହୋଇଥିବାବେଳେ ଅନ୍ୟଜଣେ ନିର୍ଦ୍ଦୋଷ । କିନ୍ତୁ କିଏ ପ୍ରକୃତ ଅଭିଯୁକ୍ତ ତାହାକୁ ନେଇ ସିବିଆଇ ଅଡୁଆରେ ପଡ଼ିଯାଇଛି ।

Advertisment

ପେପର ଲିକ୍ ମାମଲାରେ ସିବିଆଇ ଗଙ୍ଗାଧର ନାମକ ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରିଥିଲା। ଏହାପରେ ସେହି ନାମରେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ। ତେବେ ଗିରଫ ହୋଇଥିବା ଗଙ୍ଗାଧର ପ୍ରକୃତ ଅଭିଯୁକ୍ତ ନୁହନ୍ତି ବୋଲି ପରେ ଜଣାପଡ଼ିଥିଲା। ଏହାପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଗଙ୍ଗାଧର ଗୁଣ୍ଡେଙ୍କୁ ଜାମିନ ପ୍ରଦାନ କରିଥିଲେ। ସେହିପରି ସିବିଆଇ ସମାନ ନାମ ଥିବା ଦ୍ବିତୀୟ ଅଭିଯୁକ୍ତକୁ ଧରିଥିଲା। ସିବିଆଇ ଓକିଲ କହିଛନ୍ତି ଯେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି ଏବଂ ଉଭୟ ଗଙ୍ଗାଧରଙ୍କ ପ୍ରକୃତ ଅଭିଯୁକ୍ତ କିଏ ତାହା କେବଳ ସେ ହିଁ ଚିହ୍ନଟ କରିପାରିବେ।

ଭୁଲବଶତଃ ଗିରଫ ହୋଇଥିବା ଗଙ୍ଗାଧର ଗୁଣ୍ଡାଙ୍କ ଓକିଲ କୈଳାସ ମୋରେ କହିଛନ୍ତି, ଗଙ୍ଗାଧର ଗୁଣ୍ଡାଙ୍କୁ କେବଳ ମୂଳ ଅଭିଯୁକ୍ତ ଗଙ୍ଗାଧରଙ୍କ ସହ ନାମ ସମାନତା ଆଧାରରେ ଗିରଫ କରାଯାଇଥିଲା। ତେବେ ଜାମିନ ମଞ୍ଜୁର ହୋଇଛି। ମୋର ଯୁକ୍ତି ଥିଲା ଯେ ଗିରଫ ଅଭିଯୁକ୍ତ ନିଟ୍ ଦୁର୍ନୀତିର ମୂଳ ଅଭିଯୁକ୍ତ ନୁହେଁ। କେବଳ ତାଙ୍କ ନାମ ମୂଳ ଅଭିଯୁକ୍ତଙ୍କ ସହ ସମାନ