ଖୋଜୁଛି ସିବିଆଇ, କିନ୍ତୁ ଚିଦାମ୍ବରମ ଗାଏବ !

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏପରିକି ସେ ଯେକୌଣସି ସମୟରେ ଗିରଫ ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ମୁତାବକ ତାଙ୍କ ଘରେ ଏବେ ସିବିଆଇର ଏକ ଦଳ ପହଞ୍ଚିଛନ୍ତି । ତେବେ ଚିଦାମ୍ବରମ ଘରେ ନଥିବା ଜଣାଯାଇଛି । ତାଙ୍କ ଫୋନ ମଧ୍ୟ ସ୍ୱିଚଅଫ ରହିଛି  । ଫଳରେ ସିବିଆଇ ଟିମ ଫେରିଯାଇଛି ।

ଆଇଏନଏକ୍ସ ମିଡିଆ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ  ରାଜି ନ ହେବାର ତାଙ୍କ ଗିରଫଦାରି ଅବଶ୍ୟମ୍ଭାବୀ ହୋଇପଡିଛି ।

ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ବିଚାରପତି କହିଥିଲେ ଯେ ଉପଲବ୍ଧ ତଥ୍ୟପ୍ରମାଣରୁ ଜଣାଯାଉଛି ଯେ ଆଇନଏକ୍ସ ମିଡିଆ ଦୁର୍ନୀତିରେ ଚିଦାମ୍ବରମଙ୍କ ସଂପୃକ୍ତି ରହିଛି । ଏଣୁ ଏହି ମାମଲାର ଉପଯୁକ୍ତ ତଦନ୍ତ ପାଇଁ ତାଙ୍କୁ ହାଜତକୁ ନିଆଯିବାର ଆବଶ୍ୟକତା ରହିଛି । ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ  ବିଦେଶୀ ନିବେଶ ପ୍ରେତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା ।

ସମ୍ବନ୍ଧିତ ଖବର