ଚିଦାମ୍ବରମଙ୍କ ଘରେ ପଶିଲା ସିବିଆଇ, ଯେକୌଣସି ସମୟରେ ଗିରଫ ହୋଇପାରନ୍ତି

ନୂଆଦିଲ୍ଲୀ : ଯେକୌଣସି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିପାରେ । ତାଙ୍କୁ ଗିରଫ କରିବା ଲାଗି ସିବିଆଇ ୨ଟି ଟିମ ଓ ଇଡିର ଗୋଟିଏ ଟିମ ପାଚେରୀ ଡେଇଁ ଚିଦାମ୍ବରମଙ୍କ ଜୋରବାଗସ୍ଥିତ ବାସଭବନରେ ପ୍ରବେଶ କରିଛି । ତେବେ ଉକ୍ତ ସ୍ଥାନକୁ କଂଗ୍ରେସ କର୍ମୀମାନେ ଘେରିରହିଥିବାରୁ ,ସେଠାରେ ଦିଲ୍ଲୀ ପୁଲିସର ଏକ ଟିମ ପହଞ୍ଚିଛି ।

ଏହା ପୂର୍ବରୁ ଏକ ନାଟକୀୟ ଘଟଣାକ୍ରମରେ ଗତ କାଲିଠାରୁ ନିଖୋଜ ଥିବା ଚିଦାମ୍ବରମ କଂଗ୍ରେସ (ଏଆଇସିସି) ମୁଖ୍ୟାଳୟରେ ପହଞ୍ଚି ଗଣମାଧ୍ୟମକୁ କହିଥିଲେ ଯେ ସେ କୌଣସି ବେଆଇନ କାର୍ଯ୍ୟକରିନାହାନ୍ତି । ସିବିଆଇ ଏଫଆଇର ଓ ଚାର୍ଜସିଟରେ ତାଙ୍କ ନାଁ ମଧ୍ୟ ନାହିଁ । ସେ କହିଥିଲେ ଯେ ହାଇକୋର୍ଟ ଗତ ୧୩-୧୫ ମାସ ଧରି ତାଙ୍କୁ ସୁରକ୍ଷା ଦେଇଥିଲେ । ଏବେ ପ୍ରାୟ ୭ ମାସ ପରେ ତାଙ୍କର ଅଗ୍ରୀମ ଜାମିନ ଆବେଦନକୁ ବାତିଲ କରିଦେଇଛନ୍ତି । ଫେରାର ଥିବା ଅଭିଯୋଗକୁ ସେ ଖଣ୍ଡନ କରି ସେ କହିଥିଲେ ଯେ ସେ ଆଇନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ସେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସେ ମାନିବେ ଓ ଏଥିପାଇଁ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବେ । ଏତିିକି କହିବା ପରେ ସେ ନିଜ ବାସଭବନକୁ ପଳେଇଯାଇଥିଲେ ।

ସମ୍ବନ୍ଧିତ ଖବର