ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଆଉ କିଛି ଲୋକଙ୍କ ବିରୋଧରେ ସିବିଆଇ ସୋମବାର ମାମଲା ରୁଜୁ କରିଛି। ଇଡିର ସହକାରୀ ନିର୍ଦ୍ଦେଶକ ପୱନ ଖତ୍ରୀଙ୍କ ବିରୋଧରେ ସିବିଆଇ ଏଫଆଇଆର ରୁଜୁ କରିଛି।

Advertisment

ଦିଲ୍ଲୀ ମଦ ନୀତି ମାମଲାର ଅଭିଯୁକ୍ତ ମଦ ବ୍ୟବସାୟୀ ଅମନଦୀପ ସିଂହ ଢଙ୍କଠାରୁ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଉଭୟଙ୍କ ସହ ସିବିଆଇ ଏୟାର ଇଣ୍ଡିଆର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଦୀପକ ସାଙ୍ଗୱାନ, କ୍ଲାରିଜର ହୋଟେଲ ଆଣ୍ଡ ରିସୋର୍ଟ ସିଇଓ ବିକ୍ରମାଦିତ୍ୟ, ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରବୀଣ କୁମାର ବତ୍ସ ଏବଂ ଅନ୍ୟ ଦୁଇ ଜଣ ୟୁଡିସି ନିତେଶ କୋହର ଓ ବୀରେନ୍ଦ୍ର ପାଲ ସିଂହଙ୍କୁ ମଧ୍ୟ ଇଡିରେ ସାମିଲ କରିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାର ତଦନ୍ତ କରୁଥିବା ବେଳେ ଏହି ମାମଲାର ଅଭିଯୁକ୍ତ ଅମନଦୀପ ଢଲ୍ ଏବଂ ତାଙ୍କ ପିତା ବୀରେନ୍ଦ୍ର ପାଲ ସିଂହ ୫ କୋଟି ଟଙ୍କା ଲାଞ୍ଚ ଦେଇଥିବା ଜାଣିବାକୁ ପାଇଥିଲେ।

ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ପ୍ରବୀଣ ବତ୍ସଙ୍କୁ ଇଡି ତଦନ୍ତରେ ସାହାଯ୍ୟର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ବତ୍ସ ଇଡିକୁ କହିଛନ୍ତି ଯେ ସାଙ୍ଗୱାନ ତାଙ୍କୁ ଡିସେମ୍ବର ୨୦୨୨ରେ ପୱନ ଖତ୍ରୀଙ୍କ ସହ ପରିଚିତ କରାଇଥିଲେ।