ନୂଆଦିଲ୍ଲୀ: ନାରଦା ଲାଞ୍ଚ ମାମଲାରେ ସମ୍ପୃକ୍ତ ପଶ୍ଚିମବଙ୍ଗର ୪ଜଣ ପ୍ରମୁଖ ନେତାଙ୍କୁ ଗୃହବନ୍ଦୀ କରିବା ଲାଗି କାଲ୍କାଟା ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ‘ସିବିଆଇ’ ସୁପ୍ରିମ୍ କୋର୍ଟରେ ଆବେଦନ କରିଛି। ସେମାନଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ସଦସ୍ୟ।
Image Courtesy of Firstpostଆଜି ୪ ନେତାଙ୍କ ଜାମିନ ଆବେଦନ ଶୁଣାଣି ଲାଗି କାଲ୍କାଟା ହାଇକୋର୍ଟ ୫ଜଣ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ଗଠନ କରିଛନ୍ତି। କାଲ୍କାଟା ହାଇକୋର୍ଟଙ୍କ ଶୁଣାଣି ବାତିଲ କରାଯାଉ ବୋଲି ‘ସିବିଆଇ’ ଚାହୁଁଛି। ୪ଜଣଙ୍କୁ ଜାମିନ ଦେବା ଲାଗି ଶୁକ୍ରବାର ଦିନ କୋଲ୍କାତା ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଥିଲା।
Image Courtesy of India Todayଗିରଫ ମନ୍ତ୍ରୀମାନେ ହେଲେ, ଫିର୍ହାଦ୍ ଖାଁ, ସୁବ୍ରତ ମୁଖାର୍ଜୀ ଏବଂ ବିଧାୟକ ମଦନ ମିତ୍ର। ଅନ୍ୟ ଜଣେ ହେଉଛନ୍ତି ‘ବିଜେପି’ରେ ଯୋଗ ଦେବାକୁ ଗତ ମାର୍ଚ ମାସରେ ତୃଣମୂଳ କଂଗ୍ରେସ ତ୍ୟାଗ କରିଥିବା ଶୋଭନ ଚାଟାର୍ଜୀ।
ଲାଞ୍ଚ ନେଇଥିବା କିଂବା ଲାଞ୍ଚ ନେବାକୁ ରାଜି ହୋଇଥିବା ଅନେକ ତୃଣମୂଳ କଂଗ୍ରେସ ନେତାଙ୍କ ନାମ ‘ସିବିଆଇ’ ଦାଖଲ କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ‘ବିଜେପି’ରେ ଯୋଗ ଦେଇ ସାରିଛନ୍ତି। କିନ୍ତୁ, ସେମାନଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/CBI-Challenge-in-SC-on-TMC-Leaders-Case_Thumbnail.jpg)