ମେଡିକାଲ୍‌ କଲେଜ ମାମଲାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏବଂ ଅନ୍ୟ ଛଅଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ଆଡ୍‌ମିସନ୍‌ ନ କରାଇବା ପାଇଁ ଲକ୍ଷ୍ନୌର ଏକ ମେଡିକାଲ କଲେଜ ପ୍ରତି ସରକାର ଲାଗୁ କରିଥିବା ପ୍ରତିବନ୍ଧକର ସମାଧାନ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆଇଏମ୍‌ କୁଦ୍ଦୁସି ଏବଂ ଅନ୍ୟ ଛଅ ଜଣଙ୍କ ନାମରେ ସବିଆଇ ଚାର୍ଜସିଟ୍‌ ଦାଖଲ କରିଛି।

ପୂର୍ବତନ ବିଚାରପତିଙ୍କ ଛଡ଼ା ସିବିଆଇ ଭାବନା ପାଣ୍ଡେ, ଭଗବାନ ପ୍ରସାଦ ଯାଦବ, ପଳାଶ ଯାଦବ, ସୁଧୀର ଗିରି, ବିଶ୍ୱନାଥ ଅଗ୍ରଓ୍ଵାଲା ଏବଂ ରାମ ଦେବ ସାରସ୍ୱତଙ୍କୁ ଦୁର୍ନୀତି ଏବଂ ଅପରାଧିକ ଷଡ଼ଯନ୍ତ୍ର ନିମନ୍ତେ ଅଭିଯୁକ୍ତ କରିଛି। ସିବିଆଇ ଅଭିଯୋଗ କରିଛି ଯେ ଅନ୍ୟ ଅଭିଯୁକ୍ତମାନଙ୍କ ସହଯୋଗରେ କୁଦ୍ଦୁସି ଖାଲି ଯେ ମେଡିକାଲ୍‌ କଲେଜର କର୍ମକର୍ତ୍ତାମାନଙ୍କୁ ଆଇନଗତ ପଥ ପ୍ରଦର୍ଶନ କରୁଥିଲେ ତାହା ନୁହେଁ, ସେମାନଙ୍କ ସପକ୍ଷରେ ଆଇନ୍‌ଗତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜୁଲାଇ ୮ ତାରିଖ ଦିନ ସ୍ୱତନ୍ତ୍ର ବିଚାରପତି ଅନୀଲ କୁମାର ସିସୋଦିଆଙ୍କ ସମ୍ମୁଖରେ ଚାର୍ଜସିଟ୍‌ ଫାଇଲ୍‌ କରାଯାଇ ଅଗଷ୍ଟ ୨ ତାରିଖ ଦିନ ବିଚାର ପାଇଁ ପୋଷ୍ଟ୍‍ କରାଯାଇଥିଲା।

Image Courtesy of India TV

କୁଦ୍ଦୁସି ଓ ଅନ୍ୟ ଅଭିଯୁକ୍ତମାନଙ୍କ ପ୍ରତିନିଧିତ୍ୱ କରୁଥିବା ଆଡ୍‌ଭୋକେଟ୍‌ ବିଜୟ ଅଗ୍ରଓ୍ଵାଲ୍‌ କହିଛନ୍ତି: ଚାର୍ଜସିଟ୍‌ରେ କୌଣସି ପବ୍ଲିକ୍‌ ସର୍ଭାଣ୍ଟ୍‌ ନ ଥିବାରୁ ଦୁର୍ନୀତି ମାମଲା ତିଷ୍ଠି ପାରିବ ନାହିଁ। ସେହି ଯୁକ୍ତି ବଳରେ ମୋ ମହକିଲ ଜାମିନ ପାଇଛନ୍ତି।

ଅବସରପ୍ରାପ୍ତ ବିଚାରପତି କୁଦ୍ଦୁସୀଙ୍କ ଭୁବନେଶ୍ୱର, ଲକ୍ଷ୍ନୌ ଏବଂ ଗ୍ରେଟର୍‌ କୈଳାସ ବାସଭବନ ସମେତ ଦିଲ୍ଲୀ ବାସଭବନରେ ସିବିଆଇ ଚଢ଼ାଉ କରିଥିଲା।

ସମ୍ବନ୍ଧିତ ଖବର