ଗୋଆ ଆଇଆଇଟି ନିର୍ଦେଶକଙ୍କ ବିରୋଧରେ ସିବିଆଇ ମାମଲା ବନ୍ଦ

ନୂଆଦିଲ୍ଲୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋଆ ଆଇଆଇଟିର ନିର୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ରଙ୍କ ବିରୋଧରେ ସିବିଆଇ ଯେଉଁ ମାମଲା ଦାଖଲ କରିଥିଲା ତାହାକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ୨୦୧୭ ଜୁନ୍‌ରେ ଏହି ମାମଲା ଦାୟର ହୋଇଥିଲା। ସିବିଆଇ ପ୍ରମାଣ ଯୋଗାଡ଼ କରିନପାରିବାରୁ ମାମଲାକୁ ବନ୍ଦ କରିବାକୁ କୁହାଯାଇଛି। ୨୦୦୬ରୁ ୨୦୧୭ ମଧ୍ୟରେ ପ୍ରଫେସର ମିଶ୍ର ସିଏସ୍ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ‌ଅଭିଯୋଗ ଆଣି ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଦୁଇ ବର୍ଷର ଯାଞ୍ଚ ସମୟରେ ଶ୍ରୀ ମିଶ୍ରଙ୍କ ବି‌ରୋଧରେ ଯେଉଁ ଅଭିଯୋଗ ଆସିଥିଲା ତାହାକୁ ସିବିଆଇ ପ୍ରମାଣ କରିବାରେ ବିଫଳ ହୋଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୧୩ରେ ସିବିଆଇ ପକ୍ଷରୁ ତଦନ୍ତ ରିପୋର୍ଟକୁ ଭୁବନେଶ୍ବର ସିବିଆଇ କୋର୍ଟରେ ଦାଖଲ କରିଥିଲା ଏବଂ ତାହା କୋର୍ଟଙ୍କ ଦ୍ବାରା ଗୃହୀତ ହୋଇଥିଲା। ସିବିଆଇ ନିଜ ଆଡ଼ୁ ଏହି ମାମଲାକୁ ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର