ଅନଲାଇନ୍ ଶିଶୁ ଯୌନ ଶୋଷଣ ଅଭିଯୋଗରେ ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସିବିଆଇର ସର୍ଚ୍ଚ ଅପରେସନ୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)ର ବଡ଼ କାର୍ଯ୍ୟାନୁଷ୍ଠାନ। ଅନଲାଇନ ଶିଶୁ ଯୌନ ନିର୍ଯାତନା ଓ ଶୋଷଣକୁ ନେଇ ସିବିଆଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ୧୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ୟୁପି, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ହରିୟାଣା ଅନ୍ତର୍ଭୁକ୍ତ।

ସୂଚନା ଅନୁଯାୟୀ, ନଭେମ୍ବର ୧୪ରେ ସିବିଆଇ ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ଓ ଶୋଷଣକୁ ନେଇ ୮୩ ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଥିଲା, ଯାହାର ତଦନ୍ତ ଏବେ ଆରମ୍ଭ କରାଯାଇଛି। ତଦନ୍ତ ସମାପ୍ତ ହେବା ପରେ ଘଟଣାକୁ ନେଇ ଅଧିକ ସୂଚନା ମିଳିବ ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି।

୨୦୧୯ରେ ସିବିଆଇ ଏହାର ସ୍ୱତନ୍ତ୍ର ଅପରାଧ ଜୋନର ଏକ ଅଂଶ ଭାବରେ ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ଓ ଶୋଷଣ (ଓସିଏସଏଇ) ପ୍ରତିରୋଧ / ଅନୁସନ୍ଧାନ ୟୁନିଟ୍ ପ୍ରତିଷ୍ଠା କରିଥିଲା। ଏହି ୟୁନିଟ୍ ସହାୟତାରେ, ସିବିଆଇ ୨୦୨୦ରେ ଉତ୍ତରପ୍ରଦେଶର ଜଣେ ସରକାରୀ ଇଞ୍ଜିନିୟରଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଜଣକ ଦଶନ୍ଧି ଧରି ପ୍ରାୟ ୫୦ଜଣ ନାବାଳିକାଙ୍କ ସହ ଯୌନ ଶୋଷଣ କରିବା ସହ ଅଶ୍ଲୀଳ ଭିଡିଓ ଅନ୍ୟକୁ ବିକ୍ରି କରୁଥି‌ଲେ। ଏ ବିଷୟରେ ଜାଣିବା ପରେ ଓସିଏସଏଇ ପ୍ରତିରୋଧ ୟୁନିଟ୍ ଅଭିଯୁକ୍ତକୁ କାବୁ କରିଥିଲା।

ସମ୍ବନ୍ଧିତ ଖବର