ସିବିଆଇ ଡିଏସପି ଦେବେନ୍ଦର କୁମାରଙ୍କୁ ଜାମିନ

ନୂଆଦିଲ୍ଲୀ : ଛୁଟିରେ ଥିବା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ତାନା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିବିଆଇ ଡିଏସପି ଦେବେନ୍ଦର କୁମାରଙ୍କୁ ଜାମିନି ମିଳିଛି । ଦିଲ୍ଲୀର ପାତିଆଲା ହାଉସ କୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ବେଲ ବଣ୍ଡ ବିନିମୟରେ ଏହି ଜାମିନ ଦେଇଛନ୍ତି । ଅକ୍ଟୋବର ୨୨ରେ ସିବିଆଇ ଦ୍ୱାରା ସେ ଗିରଫ ହେବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୭ ଦିନ ସିବିଆଇ ରିମାଣ୍ଡରେ ପଠାଇଦେଇଥିଲେ । ତେବେ ଏହି ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦେବେନ୍ଦର କୁମାର ଗତ ୨୩ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ । ଏହା ସହିତ ଗତକାଲି ସେ ଜାମିନ ପାଇଁ ପାତିଆଲା ହାଉସ କୋର୍ଟରେ ଆେବେଦନ କରିଥିଲେ । ଗତକାଲି ତାଙ୍କର ୭ ଦିନିଆ ରିମାଣ୍ଡ ସମୟ ଶେଷ ହୋଇଥିବାବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଶୁଣାଣି ବେଳେ ସେ ଜଣାଇଥିଲେ ।

ସମ୍ବନ୍ଧିତ ଖବର