ନୂଆଦିଲ୍ଲୀ: ୪୦୦ ଅନୁଗାମୀ ଭକ୍ତଙ୍କୁ ବଳପୂର୍ବକ ଭାବେ ନପୁଂସକ କରିବା ଘଟଣାରେ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ୍ ରାମରହିମ୍ ସିଂହଙ୍କ ସମେତ ଅନ୍ୟ ଦୁଇ ଡାକ୍ତରଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି।
ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଡାକ୍ତର ହେଲେ ପଙ୍କଜ ଗର୍ଗ ଓ ଏମ୍ ପି ସିଂହ। ୪୦୦ ଅନୁଗାମୀ ଭକ୍ତଙ୍କୁ ବଳପୂର୍ବକ ନପୁଂସକ କରିବା ଘଟଣାର ତଦନ୍ତ କରିବା ପାଇଁ ପଞ୍ଜାବ-ହରିୟାଣା ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସିବିଆଇ ଏହି ଘଟଣାର ତଦନ୍ତ କରୁଥିଲା। କେବଳ ସେତିକି ନୁହେଁ, ଡେରା ସଚ୍ଚା ସଉଦା ଆଶ୍ରମ ଭିତରେ ବହୁ ଯୁବତୀଙ୍କୁ ରଖାଯାଇ ନିୟମିତ ରାମରହିମଙ୍କ ଦ୍ୱାରା ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି ଜଣାପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ଅଶ୍ରମର ଦୁଇ ଜଣ ସାଧ୍ୱୀଙ୍କ ଦୁଷ୍କର୍ମ ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ୍ ରାମରହିମ୍ ସିଂହ ଦୋଷୀ ସାବ୍ୟସ୍ତ ହେବାପରେ ଏବେ ୨୦ ବର୍ଷ ପାଇଁ ଜେଲ୍ଦଣ୍ଡ ଭୋଗୁଛନ୍ତି। ରାମରହିମଙ୍କ ଦଣ୍ଡ ଶୁଣାଣି ଦିନ ତାଙ୍କ ସମର୍ଥକମାନେ ହିଂସାକାଣ୍ଡ ଭିଆଇବା ସହ ବ୍ୟାପକ ସର୍ବସାଧାରଣ ସଂପତ୍ତି ନଷ୍ଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ram-rahim-pti-story_647_101617123608.jpg)