ଆଇଏନଏକ୍ସ ମିଡ଼ିଆ ମାମଲାରେ ଚିଦମ୍ବରମଙ୍କ ସହ ୧୩ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ମାମଲାରେ ସିବିଆଇ ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦମ୍ବରମଙ୍କ ସମେତ ୧୩ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି | ଏଠାରେ ସୂଚନା ଥାଉ କି ଗୁରୁବାର ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପି.ଚିଦମ୍ବରମଙ୍କୁ ପଚରାଉଚରା ଲାଗି ଅନୁମତି ଦେବା ସହ  ବିଚାର ବିଭାଗୀୟ ହାଜତ ମିଆଦ ଆଉ ସପ୍ତାହକ ପାଇଁ ବଢାଇ ଦେଇଥିଲେ । ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଚିଦମ୍ବରମ୍‌ ଇଡି ହେପାଜତରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗତ ଅକ୍ଟୋବର ୩ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ହାଜତ ମିଆଦକୁ (୧୭ ଅକ୍ଟୋବର) ପର୍ଯ୍ୟନ୍ତ ବଢାଇଦେଇଥିଲେ । ଆଇଏନଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା । ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା ।

ଲାଞ୍ଚ ନେଇ ଚିଦମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି । ଚିଦମ୍ବରମଙ୍କ ସହ ପିଟର ମୁଖାର୍ଜୀ, ଇନ୍ଦ୍ରାଣୀ ମୁଖାର୍ଜୀ, କାର୍ତ୍ତି ଚିଦମ୍ବରମ, କାର୍ତ୍ତିଙ୍କ ସହଯୋଗୀ ଭାସ୍କର, ଆଇଏନଏକ୍ସ ମିଡ଼ିଆ, ଚେସ ମ୍ୟାନେଜମେଣ୍ଟ ନାମରେ ସିବିଆଇ ଚାର୍ଜସିଟ ଦାଖଲ କରିଛି |

ସମ୍ବନ୍ଧିତ ଖବର