ଗଣଦୁଷ୍କର୍ମ ହୋଇଥିବା ନେଇ ହାଥରସ ପୀଡ଼ିତା ଦେଇଥିବା ଶେଷ ବୟାନ ଆଧାରରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ନୂଅ ମୋଡ଼ ନେଇଛି। ରାଜ୍ୟ ସରକାର ଯୋଗୀ ଆଦିତ୍ୟନାଥଙ୍କ ଆଦେଶ ପରେ ଏହି ଘଟଣାର ତଦନ୍ତ କରୁଥିବା ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆଜି ଏକ ଚାର୍ଜସିଟ୍ ଦାଖଲ କରିଛି। ତଦନ୍ତକାରୀ ଅଧିକାରୀ (ଆଇଓ) ସୀମା ପାହୁଜା ଏବଂ ସିବିଆଇ ଅଧିକାରୀ ଆଜି ହାଥରସ ଜିଲ୍ଲା କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛନ୍ତି। ପୀଡ଼ିତା ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନ ଆଧାରରେ ସିବିଆଇ ସ୍ବତନ୍ତ୍ର ଏସସି / ଏସଟି କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ମୃତ୍ୟୁ ପୂର୍ବରୁ ସେପ୍ଟେମ୍ବର ୨୨ରେ ପୀଡ଼ିତା ଗଣଦୁଷ୍କର୍ମ ହୋଇଥିବା କଥା କହିବା ସହ ହତ୍ୟା ଉଦ୍ୟମ କଥା କହିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏବେ ତଦନ୍ତ ଭାର ସମ୍ଭାଳିଥିବା ସିବିଆଇ ପୀଡ଼ିତା ଦେଇଥିବା ଶେଷ ବୟାନ ଆଧାରରେ ଚାର୍ଜସିଟ ଦାଖଲ କରି ଶେଷ ନିଷ୍ପତ୍ତି କୋର୍ଟ ଉପରେ ଛାଡ଼ିଛନ୍ତି।

Hathras case: CBI team records statement of victim's family members, recreates crime scene - INDIA - GENERAL | Kerala Kaumudi Online
Kerala Kaumudi

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୪ରେ ହାଥରସରେ ଦଳିତ ମହିଳାଙ୍କୁ ଚାରିଜଣ ଉଚ୍ଚ ଜାତିର ଅଭିଯୁକ୍ତ ଦୁଷ୍କର୍ମ କରିବା ସହ ହତ୍ୟା ଉଦ୍ୟମ କରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥା‌ରେ ସେପ୍ଟେମ୍ବର ୨୯ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ତାଙ୍କର ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ଜବରଦସ୍ତ ପରିବାର ଲୋକଙ୍କୁ ଶେଷ ଦର୍ଶନ ପାଇଁ ଅନୁମତି ନଦେଇ ଶବଦାହ କରିଦେଇଥିଲେ। ଜିଲ୍ଲା ପ୍ରଶାସନର ଏଭଳି କାମକୁ ନିନ୍ଦା କରିବା ସହ ରାଜ୍ୟ ସରକାର ତଦନ୍ତ ଦାୟିତ୍ବ ସିବିଆଇକୁ ଦେଇଥିଲେ।

ସମ୍ବନ୍ଧିତ ଖବର