ସିବିଆଇ ହେପାଜତକୁ ଆସିଲା ଶେଖ୍ ଶାହାଜାହାଁ

କୋଲକାତା : ସନ୍ଦେଶଖାଲି ହିଂସାକାଣ୍ଡର ଅଭିଯୁକ୍ତ ଶାହାଜାହାନ ଶେଖଙ୍କୁ ବୁଧବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ତେବେ ଶାହଜା ଶେଖଙ୍କୁ ଅଟକ ରଖିବା ପାଇଁ କଲିକତା ହାଇକୋର୍ଟ ଅପରାହ୍ନ ୪ଟା ୧୫ ମିନିଟ୍ ପର୍ଯ୍ୟନ୍ତ  ସମୟ ଦେଇଥିଲେ ବି ସେଥିରେ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। କୋଲକାତା ହାଇକୋର୍ଟରୁ ନୂଆ ଗାଇଡଲାଇନ ଜାରି ହେବା ପରେ ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଶାହଜାହାଁ ଶେଖକୁ ହେପାଜତକୁ ନେବା ପାଇଁ ବୁଧବାର ସନ୍ଧ୍ୟାରେ କେନ୍ଦ୍ରୀୟ ଫୋର୍ସ ସହ ସିବିଆଇ ଟିମ୍ ସିଆଇଡି ମୁଖ୍ୟାଳୟରେ ପହଞ୍ଚିଥିଲା।

ଶାହାଜାହାଁକୁ ସିବିଆଇ ହେପାଜତରେ ଦେବାକୁ କଲିକତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ଆସିବା ପରେ ସିବିଆଇ ଟିମ ପଶ୍ଚିମବଙ୍ଗ ପୁଲିସ ଅଧିନସ୍ଥ ସିଆଇଡି ଅଫିସରେ ପହଞ୍ଚିଥିଲା । ତାହାସତ୍ତ୍ବେ ସିବିଆଇକୁ ଶାହାଜାହାଁକୁ ହସ୍ତାନ୍ତର କରିନଥିଲା ପୁଲିସ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ତେବେ ସୁପ୍ରିମକୋର୍ଟରୁ ରାଜ୍ୟ ସରକାର ନିରାଶ ହୋଇଥିଲେ । ଏହା ପରେ ବୁଧବାର ୪ଟା ସୁଦ୍ଧା ଶାହାଜାହାଁକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ କହିଥିଲେ । ତଦନୁଯାୟୀ ସିବିଆଇ ଟିମ ପୁଣି ଥରେ ସିଆଇଡି ଅଫିସରେ ପହଞ୍ଚିଥିଲା । ତାହା ସତ୍ତ୍ବେ ଅଢେଇ ଘଣ୍ଟା ବିଳମ୍ବରେ ସିବିଆଇ ଶାହାଜାହାଁକୁ ହେପାଜତକୁ ଆଣିଥିଲା ।

ସମ୍ବନ୍ଧିତ ଖବର