ସିବିଆଇ ପ୍ରଶ୍ନବାଣରେ ଘାଇଲା ହେଲେ ଚିତ୍ରା ରାମକୃଷ୍ଣ

ହିମାଳୟ ଯୋଗୀଙ୍କ ସହ ସଂପର୍କ ରଖି ଚର୍ଚ୍ଚାକୁ ଆସିଥିଲେ ଚିତ୍ରା

ମୁମ୍ବାଇ  : ସିବିଆଇ ଶୁକ୍ରବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଜେରା କରିଛି । ନିଜର ପଦର ଦୁରୁପଯୋଗ ଓ ଏନଏସଇର ଗୁରୁତ୍ବପୂର୍ଣ୍ଣ ତଥ୍ୟର ପ୍ରଘଟ ଅଭିଯୋଗରେ ତାଙ୍କୁ ଜେରା କରାଯାଇଛି ।

ଏହା ସହିତ ଚିତ୍ରା, ଏନଏସଇର ପୂର୍ବତନ ସିଇଓ ରବି ନାରାଏନ ଓ ପୂର୍ବତନ ସିଓଓ ଆନନ୍ଦ ସୁବ୍ରମଣ୍ୟମଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଛି ସିବିଆଇ । ଏହି ଅଭିଯୁକ୍ତମାନେ ଯେପରି ଦେଶଛାଡ଼ି ବିଦେଶକୁ ପଳାୟନ କରନ୍ତି, ସେଥିପାଇଁ ଏହି ଲୁକଆଉଟ ନୋଟିସ ଜାରି କରାଯାଇଛି । ଚିତ୍ରା ଏନଏସଇର କୋ-ଲୋକସନ ବ୍ୟବସ୍ଥାର ଦୁରୁପଯୋଗ କରି ଷ୍ଟକ ମାର୍କେଟ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଗୁଆ ପ୍ରଘଟ କରୁଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ସିବିଆଇ ଦିଲ୍ଲୀ ଭିତ୍ତିକ ଓପିଜି ସିକ୍ୟୁରିଟିଜର ପ୍ରମୋଟର ସଂଜୟ ଗୁପ୍ତାଙ୍କ ନାଁରେ ବି ମାମଲା ରୁଜ୍ଜୁ କରିଛି ।  ଏନଏସଇର କେତେକ କର୍ମଚାରୀଙ୍କ ସହଯୋଗରେ ଓପିଜି ସିକ୍ୟୁରିଟି ଏନଏସଇର ସର୍ଭରରେ ଅନୁପ୍ରବେଶ କରିବା ସହ ଗୁରୁତ୍ବପୂର୍ଣ୍ଣ ବଜାର ତଥ୍ୟ ଚୋରାଉଥିଲା ।

ଗତ ଫେବ୍ରୁଆରି ୧୧ରେ ଚିତ୍ରା ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଲେ, ଯେତେବେଳେ ସେବି ପକ୍ଷରୁ କରାଯାଇଥିବା ଏକ ତଦନ୍ତରୁ ଜଣାପଡ଼ିଥିଲା ଯେ, ସେ ହିମାଳୟର ଜଣେ ଯୋଗୀଙ୍କ ନିର୍ଦ୍ଦେଶରେ ଏନଏସଇର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ । ଏହା ପରେ ସେବି ଚିତ୍ରାଙ୍କ ଉପରେ ୩ କୋଟିର ଜୋରିମାନା ଲଗାଇଛି ।

 

ସମ୍ବନ୍ଧିତ ଖବର