ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ବଣ୍ଟି ସାଜ୍‌ଦେହଙ୍କୁ ସିବିଆଇର ଜେରା

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ସିବିଆଇ ‘କର୍ଣ୍ଣରଷ୍ଟୋନ୍‌’ର ସିଇଓ ବଣ୍ଟି ସାଜ୍‌ଦେହଙ୍କୁ ଜେରା କରିଛି। କର୍ଣ୍ଣର‌ଷ୍ଟୋନ୍‌ ହେଉଛି ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ଏବଂ ଏଥିରେ ସୁଶାନ୍ତଙ୍କ ଏକ ଆକାଉଣ୍ଟ ଥିଲା। କର୍ଣ୍ଣରଷ୍ଟୋନ୍‌ କମ୍ପାନିରେ ଦିଶା ସାଲିଆନି କାର୍ଯ୍ୟ କରୁଥିଲେ। ଏହି କମ୍ପାନି ସହ ସୁଶାନ୍ତଙ୍କ ସମ୍ପର୍କ ଏବଂ ଦିଶା ସାଲିଆନିଙ୍କ ମୃତ୍ୟୁ ମଧ୍ୟ ସିବିଆଇ ତଦନ୍ତର ଦିଗ ପାଲଟିଛି। ଅପରପକ୍ଷେ, ବଣ୍ଟି ସାଜ୍‌ଦେହ ଅଭିନେତା ସୋହିଲ୍‌ ଖାନ୍‌ଙ୍କ ଭିଣୋଇ ଅଟନ୍ତି। ସୋହିଲ ଖାନ୍‌ ଏବଂ ସୁଶାନ୍ତଙ୍କ ସମ୍ପର୍କ ନେଇ ମଧ୍ୟ ସିବିଆଇ ଖୋଳତାଡ଼ କରୁଛି।

ସମ୍ବନ୍ଧିତ ଖବର