ଛତିଶଗଡ଼ରେ ବି ସିବିଆଇ ତଦନ୍ତକୁ ନା’

ନୂଆଦିଲ୍ଲୀ : ଆ‌ନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ପରେ ଏବେ ଛତିଶଗଡ଼ରେ ମଧ୍ୟ କଂଗ୍ରେସ ସରକାର ସିବିଆଇ ତଦନ୍ତକୁ ମନା କରିଦେଇଛନ୍ତି। ରାଜ୍ୟରେ ବିଭିନ୍ନ ମାମଲାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିନିଆଯାଇଛି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପତ୍ର ଲେଖି ଅବଗତ କରିଛନ୍ତି। ଏଣିକି ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ କୌଣସି ମାମଲାର ସିବିଆଇ ତଦନ୍ତ ହୋଇପାରିବ ନାହିଁ ବୋଲି ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର