ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କ ବିରୋଧରେ ଆସିଥିବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ସିବିଆଇ କରିବ। ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛି। ଶ୍ରୀ ଜୈନ ନିଜ ନିୟନ୍ତ୍ରଣରେ ଥିବା କମ୍ପାନି ନାମରେ ଦିଲ୍ଲୀରେ ୨୦୦ ବିଘା କୃଷି ଜମି ଗତ ୫ ବର୍ଷ ମଧ୍ୟରେ କିଣିଛନ୍ତି ବୋଲି ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହିତ କୋଟି କୋଟି ଟଙ୍କାର କଳାଟଙ୍କାକୁ ସେ ଧଳା ମଧ୍ୟ କରିଛନ୍ତି। ସିବିଆଇ ପକ୍ଷରୁ ୨୦୧୭ ଅଗଷ୍ଟ ୨୪ରେ ଶ୍ରୀ ଜୈନଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ପ୍ରସଙ୍ଗରେ ମାମଲା ରୁଜୁ ହୋଇଥିଲା। ତେଣୁ ଶ୍ରୀ ଜୈନଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛି।

ସମ୍ବନ୍ଧିତ ଖବର