ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟରେ ବଡ଼ ଝଟ୍କା ମିଳିଛି। ଅସ୍ଥାନାଙ୍କ ବିରୋଧରେ ତଦନ୍ତ ଜାରି ରଖିବାକୁ ଆଜି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅସ୍ଥାନାଙ୍କ ବିରୋଧରେ ପୂର୍ବ ସିବିଆଇ ମୁଖ୍ୟ ଆଲୋକ ବର୍ମା ଦୁର୍ନୀତି ଅଭିଯୋଗ ଆଣି ଏଫ୍ଆଇଆର୍ ରୁଜୁ କରିଥିଲେ। ମାମଲାକୁ ଖାରଜ କରିବା ପାଇଁ ଅସ୍ଥାନା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଅସ୍ଥାନାଙ୍କ ବିରୋଧରେ ତଦନ୍ତ ଜାରି ରହିବ। କୋର୍ଟ ଅସ୍ଥାନା ଏବଂ ଡିଏସ୍ପି ଦେବେନ୍ଦ୍ର କୁମାରଙ୍କ ପକ୍ଷରୁ ଏଫ୍ଆଇଆର୍ ରଦ୍ଦ କରିବା ଆବେଦନକୁ ଖାରଜ କରି କହିଛନ୍ତି ଯେ ଏହି ମାମଲା ସହିତ ସିବିଆଇର ସମ୍ମାନ ଓ ପ୍ରତିଷ୍ଠା ଜଡ଼ିତ ଥିବାରୁ ମାମଲାର ସବିଶେଷ ଯାଞ୍ଚ ହେବ। ଅସ୍ଥାନା ଏବଂ ଦେବେନ୍ଦ୍ର କୁମାରଙ୍କ ବିରୋଧରେ ୧୦ ସପ୍ତାହ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଅଦାଲତ କହିଛନ୍ତି। ସିବିଆଇର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଭଳି ଏଫ୍ଆଇର୍ ରୁଜୁ ହେବା ଚିନ୍ତାର ବିଷୟ ବୋଲି ଅଦାଲତ କହିଛନ୍ତି।
ସିବିଆଇ ବିବାଦ: ଅସ୍ଥାନାଙ୍କ ଆବେଦନ ଖାରଜ
ତଦନ୍ତ ଜାରି ରହିବ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2019/01/CBI_Rakesh_Asthana.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)