ସିବିଆଇ ଅଧିକାରୀମାନେ ଏକ ସପ୍ତାହରୁ କମ୍ ଦିନ ମୁମ୍ବାଇରେ ରହିପାରିବେ,ସଙ୍ଗରୋଧର ଆବଶ୍ୟକତା ପଡିବ ନାହିଁ: ବିଏମସି

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି। ସୁଶାନ୍ତ ସିଂ ରାଜପୁତ ପରିବାର ଓ ରିୟା ଚକ୍ରବର୍ତ୍ତୀଙ୍କ ପରିବାର ମଧ୍ୟରେ ଚାଲିଥିବା ଏହି ମାମଲାର ରାୟ ଘୋଷଣା କରିଛନ୍ତି ବିଚାରପତି ଜଷ୍ଟିସ୍‌ ହୃଷିକେଶ ରାୟ। ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇକୁ ଆସୁଥିବା ସିବିଆଇ ଦଳ ପାଇଁ ଥିବା ପ୍ରୋଟୋକଲ ଉପରେ ମନ୍ତବ୍ୟ ଦେଇ ବିଏମସି କହିଛି ଯେ, “ମୁମ୍ବାଇକୁ ଆସୁଥିବା ସିବିଆଇ ଅଧିକାରୀମାନେ ଏକ ସପ୍ତାହରୁ କମ୍ ଦିନ ପାଇଁ ରହିପାରିବେ | ସେମାନଙ୍କୁ ସଙ୍ଗରୋଧର ଆବଶ୍ୟକତା ପଡିବ ନାହିଁ। ଯଦି ସେମାନେ ଆମକୁ ଛାଡ ମାଗିବେ ଆମେ ସେମାନଙ୍କୁ ତାହା ପ୍ରଦାନ କରିବୁ, ସମସ୍ତେ ସର୍କୁଲାର ବିଷୟରେ ଅବଗତ ଅଛନ୍ତି।”

ସୂଚନା ମୁତାବକ,  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲରେ ଏହା ହେଉଛି ସୁପ୍ରିମ୍‌ କୋର୍ଟଙ୍କ ଚତୁର୍ଥ ଶୁଣାଣି। ଅଗଷ୍ଟ ୫ ତାରିଖ ଦିନ ପ୍ରଥମ ଶୁଣାଣିରେ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ ଯେ, ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ବିହାର ସରକାରଙ୍କ ଅନୁମୋଦନକୁ ସେମାନେ ଗ୍ରହଣ କରିଛନ୍ତି।

Sushant Singh Rajput case: 'Family very happy with SC verdict ...
Hindustan Times

ଜୁଲାଇ ୨୫ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସାମୁଏଲ୍‌ ମହିନ୍ଦ୍ରା ଓ ଶ୍ରୁତି ମ‌ୋଦୀଙ୍କ ବିରୋଧରେ ପାଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଏର କରିଥିଲେ। ସେହି ଅଭିଯୋଗ ଆଧାରରେ ପାଟନା ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷେ, ମୁମ୍ବାଇ ପୁଲିସ ଜୁନ୍ ୧୪ ତାରିଖ ଦିନ ଏକ ଆକସ୍ମିକ ମୃତ୍ୟୁ ର‌ପୋର୍ଟ ଦାଏର କରି ମାମଲାର ତଦନ୍ତ ଚଳାଇ ଥିଲା। ଏଫ୍ଆଇଆର୍ ହେବା ପରେ ରିୟା ଏହି ମାମଲା ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ।

ଏହି ମାମଲାରେ ଅଗଷ୍ଟ ୧୩ ତାରିଖରେ ହୋଇଥିବା ଶୁଣାଣିରେ ସମସ୍ତ ପକ୍ଷ ସୁପ୍ରିମ୍ କୋର୍ଟରେ ଚୂଡ଼ାନ୍ତ ଲିଖିତ ଦଲିଲ ଦାଏର କରିଥିଲେ। କେବଳ ଏଫ୍‌ଆଇଆର୍ ଦରଜ ହୋଇଥିବାରୁ ଏହାକୁ ପ୍ରଭାବହୀନ ମାମଲା କହିବା ସହ ତଦନ୍ତ ଭାର ସିବିଆକୁ ହସ୍ତାନ୍ତର ହୋଇଥିବା ଦର୍ଶାଇ ବିହାର ସରକାର ମଧ୍ୟ ରିୟାଙ୍କ ଆବେଦନ ଖାରଜ କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.