କୋଲକାତା : ସାରଦା ଚିଟଫଣ୍ଡ ସ୍କାମ୍ ମାମଲାରେ ସିବିଆଇ ସୁପ୍ରିମକୋର୍ଟରେ ଏକ ଅବମାନନା ଯାଚିକା ଦାୟର କରିଛି। ଏହି ଯାଚିକାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର କିଛି ଅଭିଯୁକ୍ତଙ୍କ ସହ ସଂପୃକ୍ତି ଥିବା କୁହାଯିବା ସହ ତଦନ୍ତରେ ଜାଣିଶୁଣି ସହଯୋଗ ନକରିବା ଏବଂ ଆଇନ ପ୍ରକ୍ରିୟାକୁ ଏଡାଇବା ଭଳି ଅଭିଯୋଗ କରିଛି ସିବିଆଇ।
ଡିସେମ୍ବର ୨୩ରେ ଦାଖଲ ହୋଇଥିବା ଏହି ଆବେଦନରେ ସିବିଆଇ କହିଛି ଯେ, ଏହି ମାମଲାରେ ଅଭିଯୁକ୍ତ ପୂର୍ବତନ ରାଜ୍ୟସଭା ସାଂସଦ କୁନାଲ କୁମାର ଘୋଷଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ସାରଦା ଗ୍ରୁପ୍ ର ପ୍ରମୋଟର ସୁଦୀପ୍ତ ସେନ୍ ଙ୍କର ବହୁତ ଭଲ ସମ୍ପର୍କ ଥିଲା ବୋଲି ଜଣାପଡ଼ିଛି। ଯାହା ଘୋଷ ଏବଂ ସେନ୍ ଙ୍କର କଲ୍ ଡାଟା ରେକର୍ଡରୁ ସ୍ପଷ୍ଟ ହୋଇଛି।
The Hinduଏହା ସହ ସିବିଆଇ ଆବେଦନରେ ସାରଦା ଗ୍ରୁପ୍ର ଜଣେ କର୍ମଚାରୀ ସଫିକ୍କୁର ରେହମାନଙ୍କ ବୟାନ ମଧ୍ୟ ଉଲ୍ଲେଖ କରାଯାଇଛି। ସଫିକ୍କୁର ସ୍ବୀକାର କରିଛନ୍ତି ଯେ, ଯେତେବେଳେ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ବିଧାୟକ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସେତେବେଳେ ସାଂସଦ ଘୋଷ ବିଭିନ୍ନ ଦୁର୍ଗା ପୂଜା କମିଟିକୁ ଟଙ୍କା ଦେବା ପାଇଁ ସାରଦା ପ୍ରମୋଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରମୋଟର ସୁଦୀପ୍ତ ସେନ୍ କୋଲକାତାର ଭବାନୀପୁରର ସମସ୍ତ ପୂଜାର ଆୟୋଜନ ପାଇଁ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୂର୍ବରୁ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ରାଜ୍ୟ ପୁଲିସର ଏସ୍ଆଇଟି ମୁଖ୍ୟ ଥିବା ଆଇପିଏସ୍ ରାଜୀବ କୁମାରଙ୍କ ଉପରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିବାର ଆରୋପ ଲାଗି ସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-244.jpg)