ବାହାନଗା ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ସିବିଆଇ ଟିମ

ଭୁବନେଶ୍ୱର: କେଉଁ ପରିସ୍ଥିତିରେ ବାଲେଶ୍ବର ବାହାନାଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଲା, କେଉଁମାନେ ଦାୟୀ; ତାହାର ତନ୍ନତନ୍ନ କରି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)। ଗତକାଲି ତଦନ୍ତ ପାଇଁ ସିବିଆଇକୁ ଭାରତୀୟ ରେଳବାଇ ବୋର୍ଡ ସୁପାରିଶ କରିଥିବାବେଳେ ଆଜି ସିବିଆଇର ଦଶଜଣିଆ ଟିମ ବାହାନଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି | ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଡିଆରଏମ ରିଙ୍କେସ ରାୟ ଏହି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ଡାଟା ଲକର୍ ଅନୁଯାୟୀ ସିଗ୍ନାଲ ଗ୍ରୀନ ଥିଲା, ଏହା ଟେକ୍ନିକାଲ ଭାବେ ସମ୍ଭବ ନୁହେଁ | ଏହାକୁ କେହି କ୍ଷତି କରିବାକୁ ଚେଷ୍ଟା କରିଛି | ଆଜି ସିବିଆଇର ୧୦ ଜଣିଆ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ସେହିପରି ରିଙ୍କେସ କହିଛନ୍ତି ଯେ ଦୁଇ ଜଣ ଲୋକୋ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି | ଉଭୟ ଏବେ ଚିକିତ୍ସିତ ହେଉଛନ୍ତି | ପ୍ରାୟ ୧୧୦୦ ପ୍ୟାସେଞ୍ଜର ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ସୁସ୍ଥ ହୋଇ ଅଧିକାଂଶ ଫେରିଯାଇଛନ୍ତି ଓ ବର୍ତ୍ତମାନ ୨୦୦ରୁ କମ ଲୋକଙ୍କ ଚିକିତ୍ସା ଚାଲିଛି | ରେଲୱେ ପକ୍ଷରୁ ମୃତଦେହ ଖୋଜା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି | ଏହି ଦୁଇଟି ହେଲ୍ପଲାଇନ ନମ୍ୱର ହେଉଛି ୮୪୫୫୮୮୫୯୯୯ , ୦୬୭୪ ୨୫୩୪୦୨୭ | ୧୭୭ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବାବେଳେ ଆଉ ୧୦୦ ଏବେ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହାନ୍ତି | ଓଡ଼ିଶା , ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟର ଯାତ୍ରୀ ଯାତ୍ରା କରୁଥିଲେ |

ସମ୍ବନ୍ଧିତ ଖବର