ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି, ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତ କେବଳ ମହାରାଷ୍ଟ୍ରର ଅଧିକାର: ଶିବସେନା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ସରକାରଙ୍କ ସିବିଆଇ ତଦନ୍ତ ପାଇଁ ସୁପାରିଶକୁ ଶିବସେନା ପସନ୍ଦ କରିନାହିଁ । ଶିବସେନା ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜନୀତି କରୁଛନ୍ତି। ଏଥି ସହ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ଚାଁହୁଛୁ ଯେ ସତ୍ୟ ସାମ୍ନାକୁ ଆସୁ | ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ‘ବିହାରର ମୁଖ୍ୟମନ୍ତ୍ରୀ କେବଳ ରାଜନୀତି କରୁଛନ୍ତି। ତାଙ୍କର ସୁପାରିଶ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ। ଆଇନ ଶୃଙ୍ଖଳା ଏକ ରାଜ୍ୟର ପ୍ରସଙ୍ଗ ହୋଇଥିବାବେଳେ, କେବଳ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପାଇଁ ନିର୍ଣ୍ଣୟ ନେଇପାରିବେ |


ଏଠାରେ ସୂଚନା ଥାଉ କି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ମଙ୍ଗଳବାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ପରିବାରର ସହମତି କ୍ରମେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି। ପୂର୍ବରୁ ସୁଶାନ୍ତଙ୍କ ବାପା କେକେ ସିଂହ ଘଟଣାର ସିବିଆଇ ଦତନ୍ତ କରିବାକୁ ଦାବି କରିଥିଲେ। ପରିବାରର ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିର୍ଣ୍ଣୟ ନେଇଥିବା ଜାଣିବାକୁ ମିଳିଛି।ସୁ‌ଶାନ୍ତଙ୍କ ବାପା ରାଜ୍ୟ ପୁଲିସ୍‌ ମୁଖ୍ୟଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ଦାବି କରିବା ପରେ ମାମଲା ନୂଅ‌ା ମୋଡ଼ ନେଇଥିଲା।

ସମ୍ବନ୍ଧିତ ଖବର