ମୁମ୍ବାଇ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇଡି ପରେ ଏବେ ତାଙ୍କ ସଂପତ୍ତି ଉପରେ ସିବିଆଇ ଚଢ଼ାଉ କରିବା ଆରମ୍ଭ କରିଛି। ସିବିଆଇ ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ ସହ ଜଡିତ ସ୍ଥାନ ଖୋଜୁଛି। କାଳ ୭ଟାରୁ ଅନିଲ ଅମ୍ବାନୀଙ୍କ ଘରେ ସିବିଆଇ ଚଢାଉ କରୁଛି। ୭ ରୁ ୮ ଜଣ ସିବିଆଇ ଅଧିକାରୀ ଏହି ତଲାସୀ ଅଭିଯାନ ଚଳାଇଛନ୍ତି।
ଅନୀଲ ଅମ୍ବାନୀ ତାଙ୍କ ବାସଭବନରେ ଥିବା ବେଳେ ସିବିଆଇ ଅଧିକାରୀମାନେ କଫ ପରେଡ୍ ସିୱିଣ୍ଡ ସ୍ଥିତ ତାଙ୍କ ବାସଭବନରେ ସକାଳ ୮ଟାରୁ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହା ପୂର୍ବରୁ ଅନୀଲ ଅମ୍ବାନୀଙ୍କୁ ଇଡି ମଧ୍ୟ ଜେରା କରିଥିଲା । ଇଡି ଓ ଏବେ ସିବିଆଇର ଚଢାଉ ପରେ କୁହାଯାଉଛି କି, ଅନୀଲ ଅମ୍ବାନୀଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି ।
ସୂତ୍ର ସୂଚନା ମୁତାବକ ସିବିଆଇ ଅନୀଲ ଅମ୍ବାନୀଙ୍କ ଘର ଓ ଅନ୍ୟ କିଛି ଠିକଣାରେ ୧୭ ହଜାର କୋଟି ଟଙ୍କାର ଲୋନ ହେରଫେର ନେଇ ଦସ୍ତାବିଜ୍ ଖୋଜୁଛି । ୟସ ବ୍ୟାଙ୍କ ଓ ଅନୀଲ ଅମ୍ବାନୀଙ୍କ କମ୍ପାନି ମଧ୍ୟରେ ହୋଇଥିବା ନେଣଦେଣର ଦସ୍ତାବିଜ ଖୋଜୁଛି ।
ଏହା ପୂର୍ବରୁ ଇଡିର ଚଢାଉ ବେଳେ ଅନେକ ଗୁରତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଥିଲା । ଯେମିତି କି ବିନା ଯାଂଚରେ କମ୍ପାନିକୁ ଲୋନ ଦେବା, ଅନେକ କମ୍ପାନିର ଜଣେ ନିର୍ଦ୍ଦେଶକ ଓ ଗୋଟିଏ ଠିକଣା ଥିବା, ଲୋନ ଦେବା ପାଇଁ ନିର୍ଦ୍ଧାରିତ କାଗଜପତ୍ର ନଥାଇ ଲୋନ ଦେବା ଭଳି ଅଭିଯୋଗ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/23/new-project-10-1-2025-08-23-14-55-18.jpg)