ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଆଜି ସିବିଆଇ ଚଢ଼ଉ ହୋଇଛି। ପୂର୍ତ୍ତ ବିଭାଗରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ୨୪ ସ୍ଥପତିଙ୍କୁ ନିୟୋଜିତ କରାଯିବା ପ୍ରକ୍ରିୟାରେ ବିଭିନ୍ନ ଅନିୟମିତତା ହୋଇଥିବା ସିବିଆଇ ଦର୍ଶାଇଛି। ଏନେଇ ନୀତି ନିୟମକୁ ଜଳାଞ୍ଜଳି ଦେଇ ବେପରୁଆ ଭାବେ ନିଷ୍ପତ୍ତି ନିଆଯାଇଥିବା ସଂକ୍ରାନ୍ତ ପ୍ରମାଣ ମିଳିଛି ବୋଲି ସିବିଆଇ କହିଛି। ଦିଲ୍ଳୀ ଆପ୍‌ ସରକାରରେ ପୂର୍ତ୍ତ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ସତ୍ୟେନ୍ଦ୍ର ପୂର୍ତ୍ତ ବିଭାଗ ପାଇଁ ଏକ ସୃଜନାତ୍ମକ ଦଳ ନିୟୋଜିତ କରିବାରେ ନିୟମ ଭଙ୍ଗ କରିଥିବା ସିବିଆଇ ଅଭିଯୋଗ ଆଣିଛି। କେବଳ ସତ୍ୟେନ୍ଦ୍ର ନୁହନ୍ତି ତାଙ୍କ ସହ ପୂର୍ତ୍ତ ବିଭାଗର ଅନ୍ୟ ଅଧିକାରୀଙ୍କ ଘରେ ମଧ୍ୟ ସିବିଆଇ ଚଢ଼ଉ ହୋଇଛି। ସିବିଆଇର ଅଭିଯୋଗ ଅନୁଯାୟୀ ଉକ୍ତ ୨୪ ଜଣ ସ୍ଥପତିଙ୍କୁ ନିୟୋଜିତ ପାଇଁ ହୋଇଥିବା ଚୁକ୍ତି ମଧ୍ୟ ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ କରାଯାଇଛି।

ସମ୍ବନ୍ଧିତ ଖବର