ମୁଜାଫରପୁର ଦୁଷ୍କର୍ମ ମାମଲା : ପୂର୍ବ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢ଼ାଉ

ପାଟ୍‌ନା : ବିହାର ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ କିଛି ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଛି। ମାମଲାରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସ୍ୱାମୀ ଅଭିଯୁକ୍ତ ଥିବାବେଳେ ଆଜି ସିବିଆଇ ପୂର୍ବ ମନ୍ତ୍ରୀଙ୍କ ଘରେ ମଧ୍ୟ ଚଢ଼ଉ କରିଥିବା ଜଣାପଡ଼ିଛି। ଉଲ୍ଳେଖଯୋଗ୍ୟ ବିହାରର ସାମାଜିକ ବିକାଶ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀଙ୍କ ନାମ ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆସିବାପରେ ମଞ୍ଜୁ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ବିହାର ମୁଜାଫରପୁର ଆଶ୍ରୟସ୍ଥଳରେ ୩୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର