ନୂଆଦିଲ୍ଲୀ: ଗୋମତୀ ରିଭରପ୍ରଣ୍ଟ ପ୍ରୋଜେକ୍ଟରେ ଅନିୟମିତତାର ତଦନ୍ତ ପାଇଁ ହୋଇଥିବା ନୂଆ ଅଭିଯୋଗରେ ସିବିଆଇ ଆଜି ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟର ୪୦ଟି ସ୍ଥାନରେ ଚଢ଼ଉ କରିଛି। ୨୦୧୫ ମସିହାରେ ସମାଜବାଦୀ ପାର୍ଟି ସରକାରରେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିବାବେଳେ ୧,୬୦୦ କୋଟି ଟଙ୍କା ବ୍ୟୟରେ ଗୋମତୀ ରିଭରଫ୍ରଣ୍ଟ ପ୍ରୋଜେକ୍ଟ କାର୍ଯ୍ୟାରମ୍ଭ ହୋଇଥିଲା। ଚୁକ୍ତି ଅନୁସାରେ କାମ ନହେବା ଏବଂ ଏହି ପ୍ରୋଜେକ୍ଟର ଅର୍ଥ ଅନ୍ୟ ଆଡ଼େ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା।
ୟୁପି ସରକାରଙ୍କ ଅନୁମୋଦନକ୍ରମେ ୨୦୧୭ ମସିହାରେ ସିବିଆଇ ପ୍ରଥମ କେସ୍ ରୁଜୁ କରିଥିଲା। ୨୦୧୭ ମସିହା ଜୁଲାଇ ୧୭ରେ ଏହି ପ୍ରୋଜେକ୍ଟରେ ହୋଇଥିବା ଅନିୟମିତତାର ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ଆଦିତ୍ୟନାଥ ସରକାର। ଏହି ପ୍ରୋଜେକ୍ଟ କାର୍ଯ୍ୟ ତଦାରଖ ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟ ଦେଇଥିଲା, ପ୍ରୋଜେକ୍ଟ ପାଇଁ ଅଟକଳ କରାଯାଇଥିବା ଅର୍ଥର ୯୫% ବ୍ୟୟରେ ମାତ୍ର ୬୦% କାମ ହୋଇଛି। ଏହାପରେ ଆରମ୍ଭ ହୋଇଥିବା ବିବାଦ। ତତ୍କାଳୀନ ବିଭାଗୀୟ ଯନ୍ତ୍ରୀ, ସେଚ ବିଭାଗ, ଠିକାଦାର, ବ୍ୟବସାୟୀମାନଙ୍କ ବିରୋଧରେ ଲୋକମାନେ ସ୍ବର ଉତ୍ତୋଳନ କରିଥିଲେ। ଏବଂ ଏହି ପ୍ରୋଜେକ୍ଟ ପାଇଁ ଉଦ୍ଦିଷ୍ଟ ଅର୍ଥ ହେରଫେର ମାମଲାର ତଦନ୍ତ ପାଇଁ ଦାବି କରିଥିଲେ। ଏହି ମାମଲାରେ ଆଜି ସିବିଆଇ ଅୁପିର ୧୩ଟି ଜିଲ୍ଲା ସମେତ ଲକ୍ଷ୍ନୌ, ଆଗ୍ରା, ରାଜସ୍ଥାନ, ପଶ୍ଚିମବଙ୍ଗର ମୋଟ ୪୦ଟି ସ୍ଥାନରେ ଚଢ଼ଉ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/cbi.jpg)