ଆମନେଷ୍ଟି ଇଣ୍ଟରନ୍ୟାସନାଲ ଅଫିସରେ ସିବିଆଇ ଚଢଉ

ବାଙ୍ଗାଲୁରୁ : ମାନବାଧିକାର ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ବେସରକାରୀ ସଂସ୍ଥା ଆମନେଷ୍ଟି ଇଣ୍ଟରନ୍ୟାସନାଲ ର ବାଙ୍ଗାଲୁରୁ ସ୍ଥିତି ଅଫିସ ଉପରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢଉ କରାଯାଇଛି । ବିଦେଶରୁ ଆସୁଥିବା ପାଣ୍ଠି ହେରଫେର ଓ ବେଆଇନ କାରବାର ଅଭିଯୋଗରେ ଏହି ଚଢଉ କରାଯାଇଛି । ବିଦେଶୀ ଅନୁଦାନ ନିୟମନ ଆଇନ (ଏଫସିଆରଏ) ଅଧିନରେ ଏହି ଚଢଉ ହୋଇଛି ବୋଲି ଜଣାପଡିଛି । ସିବିଆଇର ଚଢଉ ଏବେ ମଧ୍ୟ ଜାରି ରହିଛି ।

ଗତ ବର୍ଷ ଅକ୍ଟୋବରରେ ମଧ୍ୟ ବେଆଇନ ବୈଦେଶିକ ମୁଦ୍ରା କାରବାର ଅଭିଯୋଗରେ ଆମନେଷ୍ଟି ଇଣ୍ଟରନ୍ୟାସନାଲର ବାଙ୍ଗାଲୁରୁ ସ୍ଥିତ ୨ଟି ଅଫିସ ଉପରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ (ଇଡି) ପକ୍ଷରୁ ଚଢଉ କରାଯାଇଥିଲା । ଆମନେଷ୍ଟି ନିଜର ଏଫସିଆରଏ ଲାଇସେନ୍ସର ଉଲ୍ଲଙ୍ଘନ କରି ଏକ ବ୍ୟବସାୟିକ କାର୍ଯ୍ୟକଳାପ ଚଳାଇଥିଲା ବୋଲି ବୋଲି ଇଡି ଅଭିଯୋଗ କରିଥିଲା । ତିନିମାସ ତଳେ ଇଡି ଆମନେଷ୍ଟିକୁ ନୋଟିସ ଜାରି କରିଥିଲା । ଅନ୍ୟପକ୍ଷରେ ଭାରତ ସରକାର ଟାର୍ଗେଟ କରୁଛନ୍ତି ବୋଲି ଆମନେଷ୍ଟି ପୂର୍ବରୁ କହିଆସିଛି ।

ସମ୍ବନ୍ଧିତ ଖବର