ନୂଆଦିଲ୍ଲୀ: ସମାଜରେ ହେଉଥିବା ଦୁର୍ନୀତିକୁ ଶେଷ କରିବା ପାଇଁ ଆଇନ ବ୍ୟବସ୍ଥା ରହିବା ସହ ଦୁର୍ନୀତିକୁ କମ କରିବା ପାଇଁ ବିଭିନ୍ନ ବିଭାଗ ଗଢ଼ିଛନ୍ତି ସରକାର। ଦେଶରେ କୌଣସି ମାମଲାର ସମାଧାନ ନହୋଇପାରୁଥିଲେ ସିବିଆଇକୁ ଦାୟିତ୍ବ ଦେଇଥାନ୍ତି ସରକାର। କାରଣ ସିବିଆଇ କମ ସମୟ ମଧ୍ୟରେ ଏବଂ ଖୁବ୍ ସଚ୍ଚୋଟତାର ସହ ତଦନ୍ତ କରିଥାଏ ବୋଲି ବିଶ୍ବାସ କରାଯାଏ। ହେଲେ ଏବେ ସେହି ସିବିଆଇ ଅଧିକାରୀଙ୍କ ସଚ୍ଚୋଟତାକୁ ନେଇ ଉଠିଛି ପ୍ରଶ୍ନ। ଲାଞ୍ଚ ନେଇଥିବା ଅଭିଯୋଗରେ ନିଜ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ।

Advertisment

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍ ଅନେକ ସିବିଆଇ ଅଧିକାରୀଙ୍କୁ ଅଟକ ରଖିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ବ୍ୟାଙ୍କ ଠକେଇ ଉପରେ ପରଦା ପକାଇବା ପାଇଁ ଦିଆଯାଇଥିବା ଲାଞ୍ଚ ସହ ଜଡିତ ଏକ ଦୁର୍ନୀତି ମାମଲାରେ ଏହି ଚଢ଼ାଉ ଆରମ୍ଭ କରିଛି ସିବିଆଇ। ଗୁରୁବାର ଦିନ ଗାଜିଆବାଦର ଜଣେ ସିବିଆଇ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି।

CBI raids Rayapati and company- The New Indian Express New Indian Express

ସରକାରୀ ଠକେଇର ଅପବ୍ୟବହାର ତଥା ବ୍ୟାଙ୍କ ଠକେଇ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା କମ୍ପାନିଗୁଡିକୁ ସାହାଯ୍ୟ କରିବା ପ‌ାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ସିବିଆଇ ନିଜର ଅଧିକାରୀମାନଙ୍କୁ ଅଟକ ରଖିଛି। ଏହା ସହ ଗୁରୁବାର ସକାଳୁ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ସିବିଆଇ। ଆଜି ୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଥିବା ଜଣାପଡ଼ିଛି। କିଛି ଅଭିଯୁକ୍ତ ସିବିଆଇ ଅଧିକାରୀ ବ୍ୟାଙ୍କ ଠକେଇ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା କମ୍ପାନିରୁ ନିୟମିତ ଲାଞ୍ଚ ଗ୍ରହଣ କରୁଥିବା ସାମ୍ନାକୁ ଆସିଛି। ତେବେ କେତେ ଜଣ ସିବିଆଇ ଅଧିକାରୀ ଏଥିରେ ସାମିଲ ଅଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ