ବିଦେଶୀ ଧନ ମାମଲାକୁ ନେଇ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ଘରେ ଚଢ଼ାଉ କଲା ସିବିଆଇ

ନୂଆଦିଲ୍ଲୀ : ଗୁରୁବାର ସିବିଆଇର ଏକ ଟିମ୍‌ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଗ୍ରୋବର ରହୁଥିବା ଦିଲ୍ଲୀସ୍ଥିତ ଘରେ ତଲାସି କରିଛନ୍ତି । ବିଦେଶୀ ଯୋଗଦାନ ଅଧିନିୟମର ମାନଦଣ୍ଡକୁ ଉଲ୍ଲଂଘନ କରିଥିବାରୁ ତାଙ୍କ ଘରେ ସିବିଆଇ ଛାପା ମାରିଥିବା ଜଣା ପଡ଼ିଛି । ଏହି ମାମଲାକୁ ନେଇ ଜୟସିଂହ କହିଛନ୍ତି, ମୋତେ ଏବଂ ଆନନ୍ଦ ଗ୍ରୋବରଙ୍କୁ ଯେଉଁ ମାନବାଧିକାର କାମ ପାଇଁ ଦୋଷୀ ସାବ୍ୟସ୍ତ କରାଯାଉଛି, ସେହି କାମ ଆମେ ବର୍ଷ ବର୍ଷ ଧରି କରି ଆସୁଛୁ ।

ସୂଚନା ମୁତାବକ, ମୁମ୍ବାଇରେ ଥିବା ଏନ୍‌ଜିଓ ଲୟର୍ସ କଲେକ୍ଟିଭ୍‌ ଏବଂ ଏହାର ଅଧ୍ୟକ୍ଷ ଆନନ୍ଦ ଗ୍ରୋବରଙ୍କ ବିରୋଧରେ ବିଦେଶୀ ଯୋଗଦାନ ଅଧିନିୟମ, ଅପରାଧିକ ଷଡ଼ଯନ୍ତ୍ର ଏବଂ ବିଶ୍ୱାସର ଅପରାଧିକ ଉଲ୍ଲଂଘନ କରିଥିବାରୁ ଜୁନ୍‌ ୧୩ରେ ମାମଲା ରୁଜୁ ହୋଇଥିଲା । ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ରିପୋର୍ଟ ମିଳିବା ପରେ ଆଜି ଛାପା ମାରିଛି ସିବିଆଇ ।

ସମ୍ବନ୍ଧିତ ଖବର