କୋଲକାତା: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ସନ୍ଦେଶଖାଲି ପୁଣି ଚର୍ଚ୍ଚାକୁ ଆସିଛି। ଶୁକ୍ରବାର (ଏପ୍ରିଲ ୨୬) ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶେଖ ଶାହାଜାହାନର ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୨ଟି ବନ୍ଧୁକ ଓ ଗୁଳି ଜବତ କରିଥିଲା। ସେଠାରୁ ମିଳିଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ଏକ ବୋମା ସ୍କ୍ୱାଡ୍ ଟିମ୍ ନିୟୋଜିତ ହୋଇଥିଲା।
ସନ୍ଦେଶଖାଲିର ଏହି ସଦ୍ୟତମ ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ଗୃହମନ୍ତ୍ରୀ ଏବଂ ଯେଭଳି ଏତେ ପରିମାଣର ବେଆଇନ ଅସ୍ତ୍ରଶସ୍ତ୍ର ମିଳିଛି, ତାହା ଦେଶ ବିରୋଧରେ ଯୁଦ୍ଧ କରିବାକୁ ଏକ ଷଡ଼ଯନ୍ତ୍ର ପରି।
ଗତ ଫେବ୍ରୁଆରିମାସରେ ଶାହଜାହାଁ ଶେଖର ସମର୍ଥକଙ୍କ ଦ୍ୱାରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଉପରେ ହୋଇଥିବା ଆକ୍ରମଣ ସହ ଏହି ସର୍ଚ୍ଚ ଅପରେସନ ଜଡ଼ିତ ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/WhatsApp-Image-2024-04-26-at-19.48.22.jpeg)