ଦେଶର ୧୫୦ ଟି ସ୍ଥାନରେ ଏକା ସମୟରେ ସିବିଆଇ ଚଢଉ

ନୂଆଦିଲ୍ଲୀ : ସାରା ଦେଶରେ ଆଜି ସିବିଆଇ ପକ୍ଷରୁ ଏକ ବଡ଼ ଧରଣର ଚଢଉ କରାଯାଇଛି । ଦୁର୍ନୀତି ସଂଦେହରେ ପ୍ରାୟ ୧୫୦ଟି ସରକାରୀ ଅଫିସରେ ଏହି ଚଢଉ କରାଯାଇଛି । ଯେଉଁ ଅଫିସ ଗୁଡ଼ିକ ସାଧାରଣତଃ ସାଧାରଣ ଲୋକମାନଙ୍କୁ ସେବା ଯୋଗାଣ ସହିତ ସଂପର୍କିତ ସେଗୁଡ଼ିକରେ ଏହି ଚଢଉ କରାଯାଇଛି । ଏସବୁ ଅଫିସ ମଧ୍ୟରେ ରହିଛି ରେଳବାଇ, କୋଲ ଇଣ୍ଡିଆ, ଭାରତୀୟ ଖାଦ୍ୟ ନିଗମ, ଇଏସଆଇସି, ଏନଟିପିସି, ସିପିଡବ୍ଲୁଡି, ଜିଏସଟି, କଷ୍ଟମ୍ସ, ବିଏସଏନଏଲ,ସବ ରେଜିଷ୍ଟ୍ରାର ଅଫିସ, ସିପିଂ, ବ୍ୟାଙ୍କ ଇତ୍ୟାଦି । ଦେଶର ୨୫ଟି ସହରରେ ଏହି ଚଢଉ କରାଯାଇଥିବାବେଳେ ଓଡ଼ିଶାର କୌଣସି ସହରରେ ଚଢଉ କରାଯାଇନଥିବା ଜଣାଯାଇଛି ।

ଦେଶର ସାଧାରଣ ଲୋକ , ଟିକସଦାତାମାନେ ବିଭିନ୍ନ ସେବା ପାଇବା ପାଇଁ ସବୁବେଳେ ଦୁର୍ନୀତି ଅଭିଯୋଗ କରିଆସୁଛନ୍ତି । ଏସବୁକୁ ଦୂର କରିବା ପାଇଁ ସିବିଆଇ ଏହି ଚଢଉ କରିଥିବା କୁହାଯାଉଛି । ଏହା ସହିତ ସରକାରୀ ଅଧିକାରୀମାନଙ୍କୁ ସତର୍କ କରାଇବା ଏହାର ଆଉ ଏକ ଅଭିପ୍ରାୟ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର