ଜାତୀୟ ମୁକ୍ତ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା, ଭୁବନେଶ୍ୱର ସମେତ ଦେଶବ୍ୟାପୀ ୨୬ଟି ସ୍ଥାନରେ ସିବିଆଇ ଚଢଉ

ଭୁବନେଶ୍ୱର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଆଜି ନାସନାଲ ସ୍କୁଲ ଅଫ ଓପନ ସ୍କୁଲିଂ (ଏନଆଇଓଏସ)ର ଦେଶବ୍ୟାପୀ ଥିବା ବିଭିନ୍ନ ଶାଖା ଉପରେ ଚଢଉ କରାଯାଇଛି । ୬ଟି ରାଜ୍ୟରେ ଥିବା ୨୬ଟି ସ୍ଥାନରେ ଏହି ଚଢଉ କରାଯାଇଥିଲା । ଏସବୁ ସ୍ଥାନ ମଧ୍ୟରେ ନୂଆଦିଲ୍ଲୀ,ଓଡ଼ିଶାର ଭୁବନେଶ୍ୱର ଓ ଗଞ୍ଜାମ,ଗୌହାଟୀ, ଫରିଦାବାଦ, ଫତେପୁର, କାମରୂପ,ଲକ୍ଷ୍ମୀପୁର ଆଦି ସହର ରହିଛି । ଏନଆଇଓଏସର ବିଭିନ୍ନ କେନ୍ଦ୍ର ଓ ଷ୍ଟଡି ସେଣ୍ଟରରେ ପରୀକ୍ଷା ପରିଚାଳନା ବେଳେ ବ୍ୟାପନ ଅନିୟମିତତା ହେଉଥିବା ଅଭିଯୋଗ କରି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଅନେକ ଆପତ୍ତିଜନକ କାଗଜପତ୍ର, ପେନ ଡ୍ରାଇଭ, ସିଡି, ମାର୍କ ସିଟ, ଚେକ ବୁକ ଆଦି ଜବତ ହୋଇଛି ।

ସମ୍ବନ୍ଧିତ ଖବର