ସିବିଆଇ ପୁଣି ଖୋଲିବ ବୋଫର୍ସ ଦୁର୍ନୀତି ଗୁମର

ତତ୍କାଳୀନ କଂଗ୍ରେସ ସରକାରଙ୍କ କାରସାଦି ତନଖିବ

ନୂଆଦିଲ୍ଲୀ: ବୋଫର୍ସ ଦୁର୍ନୀତର ତଦନ୍ତ କରୁଥିବା ଆମେରିକାର ବେସରକାରୀ ତଦନ୍ତକାରୀ ସଂସ୍ଥା ଫେୟାରଫାକ୍ସ ଉଲ୍ଲେଖ କରିଥିବା ଦୁର୍ନୀତି ସହ ଜଡ଼ିତ ଘଟଣା ଏବଂ ସତ୍ୟାସତ୍ୟର ତର୍ଜମା କରିବ ବୋଲି ବୁଧବାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା(ସିବିଆଇ) କହିଛି।

ଉଲ୍ଲେଖ ଥାଉ କି, ଏକ ଗଣମାଧ୍ୟମ ସାକ୍ଷାତକାରରେ ଫେୟାରଫାକ୍ସର ମୁଖ୍ୟ ମାଇକେଲ ହର୍ସମ୍ୟାନ କହିିଥିଲେ କି, ବୋଫର୍ସ ଦୁର୍ନୀତି ସଂକ୍ରାନ୍ତରେ ତାଙ୍କ ତଦନ୍ତରେ ତତ୍କାଳୀନ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର କେଳେଙ୍କାରୀ ଭର୍ତ୍ତି କରିଦେଇଥିଲେ। ଏପରିକି ସେ ଯେତେବେଳେ ‘ମଣ୍ଟ ବ୍ଲାଙ୍କ’ ନାମରେ ଥିବା ଏକ ସ୍ୱାସ ବ୍ୟାଙ୍କ ଆକାଉଣ୍ଟ କଥା ଉଠାଇଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ କ୍ଷୁବ୍ଧ ହୋଇଯାଇଥିଲେ। ଗତ ସପ୍ତାହରେ ଦିଲ୍ଲୀ ଆସିଥିବା ହର୍ସମ୍ୟାନ୍‌ ମଧ୍ୟ କହିଥିଲେ ଯେ ବୋଫର୍ସ କାରବାରରେ ଦିଆଯାଇଥିବା ଲାଞ୍ଚ ଅର୍ଥ ସ୍ୱିସ୍‌ ବ୍ୟାଙ୍କ ଜମାଖାତାରେ ରହିଛି। ତେଣୁ ଏହି ସବୁ ଘଟଣାର ଟିକିନିଖି ଯାଞ୍ଚ କରିବା ପାଇଁ ସିବିଆଇ ଇଚ୍ଛା କରୁଛି ବୋଲି ଏହାର ମୁଖପାତ୍ର ଅଭିଷେକ ଦୟାଲ କହିଛନ୍ତି।

ସମ୍ବନ୍ଧିତ ଖବର