ନୂଆଦିଲ୍ଲୀ: ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲର କାର୍ଯ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ଓ ସହଯୋଗୀମାନଙ୍କ ବାସଭବନରେ ଶନିବାର ସିବିଆଇ ଚଢ଼ାଉ କରିଛି। ଜାତୀୟ ଗଣମାଧ୍ୟମ ଏଏନ୍ଆଇ ପକ୍ଷରୁ ପ୍ରକାଶ, ୨, ୩୪୮ କୋଟି ଟଙ୍କାର ଏକ ବ୍ୟାଙ୍କ ଠକେଇ ମାମଲାକୁ ନେଇ ସିବିଆଇ ଏହି ଚଢ଼ଉ କରିଛି। ସିବିଆଇ ଦିଲ୍ଲୀ-ଏନ୍ସିଆର, ଚଣ୍ଡିଗଡ଼, କୋଲକାତା, ଓଡ଼ିଶାସ୍ଥିତ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍ କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ସୂଚନା ମିଳିଛି।
CBI today conducted searches at various locations including Delhi-NCR, Chandigarh, Kolkata, Orissa at the office/ residential premises of Bhushan Power & Steel Ltd, it's directors/promoters/ their associates in a bank fraud case. pic.twitter.com/W0NSZLyCTr
— ANI (@ANI) April 6, 2019