ରାଜୀବ କୁମାରଙ୍କୁ ଧରିବା ପାଇଁ ସିବିଆଇର ସ୍ବତନ୍ତ୍ର ଟିମ୍‌ ଗଠନ

ନୂଆଦିଲ୍ଲୀ : ପୂର୍ବତନ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ଧରିବା ପାଇଁ ସିବିଆଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ରାଜୀବ କୁମାରଙ୍କୁ ସିବିଆଇରେ ହାଜର ହେବାପାଇଁ ଦୁଇଥର ନୋଟିସ୍ ହୋଇଥିବା ସତ୍ତ୍ବେ ସେ ସିବିଆଇରେ ହାଜର ହୋଇନାହାନ୍ତି। ଆଜି ମଧ୍ୟ ପୂର୍ବାହ୍ନ ୧୦ଟାରେ ରାଜୀବ କୁମାରଙ୍କୁ ସିବିଆଇରେ ହାଜର ହେବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ସେ ହାଜର ହୋଇନାହାନ୍ତି। ଗତ ଶୁକ୍ରବାରଠାରୁ ରାଜୀବ କୁମାରଙ୍କର କିଛି ଖୋଜ ଖବର ନାହିଁ। ତେଣୁ ତାଙ୍କୁ ଖୋଜିବା ପାଇଁ ସିବିଆଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ସିବିଆଇ ପଶ୍ଚିମବଙ୍ଗ ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ରାଜୀବ କୁମାରଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେବାପାଇଁ କହିଛି। ଅନ୍ୟପକ୍ଷେ ସାରଦା ଚିଟଫଣ୍ଡ୍‌ ଦୁର୍ନୀତି ମାମଲାରେ ରାଜୀବ କୁମାରଙ୍କ ଆଗୁଆ ଜାମିନ ଆବେଦନ ଆଜି ବରାସତ ଜିଲ୍ଲା ଏବଂ ସେସନ୍ସ କୋର୍ଟରେ ଖାରଜ ହୋଇଯାଇଛି।

ସମ୍ବନ୍ଧିତ ଖବର