ସାରଦା ଚିଟ୍ ଫଣ୍ଡ୍‌ ଡେରେକ୍‌ ଓବ୍ରେନ୍‌ଙ୍କୁ ସିବିଆଇ ନୋଟିସ୍‌

କୋଲକାତା : ୧୦ ହଜାର କୋଟି ଟଙ୍କାର ସାରଦା ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ତ୍ରୁଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓବ୍ରେନ୍‌ଙ୍କୁ ଆସନ୍ତା ମାସରେ ହାଜର ହେବାପାଇଁ ସିବିଆଇ ନୋଟିସ୍‌ କରିଛି। ଟିଏମ୍‌ସିର ମୁଖପତ୍ର ‘ଜାଗୋ ବାଂଲା’ର ବ୍ୟାଙ୍କ ଆକାଉଣ୍ଟର କେତେକ ସନ୍ଦେହଜନକ କାରବାର ନେଇ ସିବିଆଇ ତଦନ୍ତ କରୁଛି ଏବଂ ଏ ସଂକ୍ରାନ୍ତରେ ଡେରେକ୍‌ଙ୍କୁ ଜେରା ପାଇଁ ସିବିଆଇ ନୋଟିସ୍‌ କରିଛି। ଏହି ଦଳୀୟ ଖବର କାଗଜର ସଂପାଦକ ସୁବ୍ରତ ବକ୍ସିଙ୍କୁ ମଧ୍ୟ ସିବିଆଇ ସମନ କରିଛି।

ସମ୍ବନ୍ଧିତ ଖବର