ସିବିଆଇ ହାତକୁ ଗଲା ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛନ୍ତି । ଏଣିକି ଏହି ବିବାଦୀୟ ଓ ଜଘନ୍ୟ ଘଟଣାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପୂର୍ବରୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ଏବଂ ଗତ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଏହାପରେ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ଗଣଦୁଷ୍କର୍ମ ନୁହେଁ ଜାତିବାଦୀ ହିଂସାପାଇଁ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ର, ହିଂସାତ୍ମକ କାଣ୍ଡ, ଗଣମାଧ୍ୟମ ଜରିଆରେ ରାଜନୈତିକ ଉଦ୍ଦେଶ୍ୟ ରଖି ଅପପ୍ରଚାର ପ୍ରସଙ୍ଗର ମଧ୍ୟ ତଦନ୍ତ କରିବ । ଗତ ସେପ୍ଟେମ୍ବର ୨୯ ତାରିଖରେ ଉତ୍ତରପ୍ରଦେଶର ହାଥରସ୍ ରେ ଜଣେ ଦଳିତ ଯୁବତୀ ଗୁରୁତର ଅବସ୍ଥାରେ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ଆଖିବୁଜି ଥିଲେ । ତାଙ୍କୁ ଗତ ସେପ୍ଟେମ୍ବର ୧୪ ତାରିଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଅଭିଯୁକ୍ତମାନେ ତାଙ୍କୁ ଗୁରୁତର ଆହତ ମଧ୍ୟ କରିଥିଲେ ଏବଂ ତାଙ୍କର ଜିଭ କାଟି ଦେବା ଭଳି ନୃଶଂସ କାଣ୍ଡ ମଧ୍ୟ ଭିଆଇଥିଲେ ।

Hathras case: Police says sexual assault has not been confirmed, political slugfest continues
OpIndia

ଅନ୍ୟପଟେ ପରିବାର ଲୋକଙ୍କ ବିନା ସହମତିରେ ଯୁବତୀଙ୍କ ଶବସତ୍କାର କରିଥିଲା ପ୍ରଶାସନ । ତେବେ ଏହି ଘଟଣା ନେଇ ସ୍ଥାନୀୟ ପ୍ରଶାସନ ଓ ପୁଲିସର କାମକୁ ନେଇ ଅଭିଯୋଗ ଆସିଥିଲା । ଏହାକୁ ନେଇ ତୀବ୍ର ବିରୋଧ ଆସିବା ପରେ ମୁଖ୍ୟମନ୍ତ୍ରୀ ଏକ ଏସଆଇଟି ଗଠନ କରି ତଦନ୍ତ ନିର୍ଦେଶ ଦେଇଥିଲେ । ଏହା ସହ ଅଭିଯୋଗ ଆସିଥିବା ପୁଲିସ ଅଧିକାରୀଙ୍କୁ ନିଳମ୍ବିତ କରିଥିଲେ । ପରେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସମ୍ବନ୍ଧିତ ଖବର