ନିରବ ମୋଦି ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ଆଜି ଲଣ୍ଡନ ଯିବ ସିବିଆଇ ଟିମ

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ତଥା ୧୧୩ ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଏବେ ଲଣ୍ଡନରେ ବନ୍ଧା ହୋଇ ପ୍ରତ୍ୟାର୍ପଣ ମାମଲାର ସମ୍ମୁଖୀନ ହେଉଛି । ଭାରତକୁ ତାହାର ପ୍ରତ୍ୟାର୍ପଣ ପ୍ରକ୍ରିୟା ଯେପରି ତ୍ୱରାନ୍ଵିତ ହୋଇପାରିବ ସେଥିରେ ସହାୟତା କରିବା ପାଇଁ ଭାରତୀୟ ଦୂତାବାସ କର୍ମଚାରୀମାନଙ୍କୁ ସହାୟତା କରିବା ପାଇଁ ସରକାର ସିବିଆଇର ଏକ ଟିମକୁ ଲଣ୍ଡନ ପଠାଇବେ । ଏହି ଟିମ ଆଜି ହିଁ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ । ଜଣେ ଯୁଗ୍ମ-ନିର୍ଦ୍ଦେଶକ ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ ଗଠନ କରାଯାଇଛି । ଗତ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନିରବ ମୋଦିକୁ ଗିରଫ କରିଥିଲା । ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ଆସନ୍ତା ୨୯ ପର୍ଯନ୍ତ ହାଜତକୁ ପଠାଇଦିଆଯାଇଛି ।

ଗତ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ ।

ସମ୍ବନ୍ଧିତ ଖବର