ନୂଆଦିଲ୍ଲୀ: ସାରା ଦେଶରେ ଘଟିଥିବା ସମସ୍ତ ବିଟକଏନ ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ଏଭଳି ୪୦ଟି ମାମଲା ରୁଜୁ ହୋଇଛି, ଯେଉଁଥିରେ ସେସବୁର ତଦନ୍ତ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସବୁ ମାମଲାକୁ ସିବିଆଇ ନିଜ ହାତକୁ ନେବ। ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ବିଟ୍ କଏନ୍ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସିବିଆଇ ର ଏକ ଟିମ୍ ଏହାର ତଦନ୍ତ କରୁଛି।
ସୁପ୍ରିୟା ସୁଲେ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଅଡିଟ୍ ସଂସ୍ଥା କର୍ମଚାରୀ ଗୌରବ ମେହେଟ୍ଟାଙ୍କୁ ପଚରାଉଚରା କରିଛି। ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ରବୀନ୍ଦ୍ରନାଥ ପାଟିଲ ଗୌରବ ମେହେଟ୍ଟାଙ୍କୁ ଦୁର୍ନୀତିର ସାକ୍ଷୀ ବୋଲି ବର୍ଣ୍ଣନା କରିଛନ୍ତି। ପାଟିଲ କହିଛନ୍ତି ଯେ ମେହେଟ୍ଟା ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଅନେକ ଥର ଯୋଗାଯୋଗ କରିଥିଲେ ଏବଂ ୨୦୧୮ର କ୍ରିପ୍ଟୋକରେନ୍ସି ଠକେଇ ତଦନ୍ତ ବିଷୟରେ ବିବରଣୀ ସେୟାର କରିଥିଲେ। ପାଟିଲଙ୍କ କହିବା ଅନୁଯାୟୀ, ମେହେଟା ସିଗନାଲ ଆପରେ ୧୦ଟି ଭଏସ୍ ନୋଟ୍ ସେୟାର କରିଥିଲେ, ଯେଉଁଥିରେ ସୁପ୍ରିୟା ସୁଲେ, କଂଗ୍ରେସ ନେତା ନାନା ପଟୋଲେ, ଆଇପିଏସ୍ ଅଧିକାରୀ ଅମିତାଭ ଗୁପ୍ତା ଏବଂ ଭାଗ୍ୟଶ୍ରୀ ନବଟେକେଙ୍କ ଅଡିଓ କ୍ଲିପ୍ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/21/sN5K61zvnKChELg33AQW.jpg)