ସିବିଆଇ ବନାମ ସିବିଆଇ: ରାକେଶଙ୍କ ବିରୋଧରେ ଥିବା ଅଭିଯୋଗ ଅତ୍ୟନ୍ତ ସଂଗୀନ୍‌; ଦିଲ୍ଲୀ ହାଇକୋର୍ଟଙ୍କୁ କହିଲେ ଆଲୋକ

ନୂଆଦିଲ୍ଲୀ: ସିବିଆଇ ବନାମ ସିବିଆଇ ପ୍ରସଙ୍ଗରେ ଆଜି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ତାଙ୍କ ଅଧସ୍ତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ତାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ସେସବୁ ମିଥ୍ୟା, ଆଧାର ହୀନ ଏବଂ ସଂପୂର୍ଣ୍ଣ ଭାବେ କଳ୍ପନା ପ୍ରସୂତ। ଏଥିସହ ଅସ୍ଥାନାଙ୍କ ବିରୋଧରେ ସିବିଆଇ ଯେଉଁ ମାମଲା ଆଗତ କରି ତଦନ୍ତ ଚଳାଇଛି, ତାକୁ ଖାରଜ କରିବାକୁ ଅସ୍ଥାନା ଯେଉଁ ମମାଲା ଦିଲ୍ଲୀ ହାଇକୋର୍ଟରେ ଆଗତ କରିଛନ୍ତି ସେ ସଂପର୍କରେ ଆଲୋକ ବର୍ମା ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ଅସ୍ଥାନାଙ୍କ ବିରୋଧରେ ଏପରି ସଂଗୀନ୍‌ ଓ ଗମ୍ଭୀର ଅଭିଯୋଗ ସବୁ ରହିଛି, ଯାହାର କି ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସିବିଆଇ ଯେଉଁ ମାମଲା ଆଗତ କରି ତଦନ୍ତ ଚଳାଇଛି, ତାକୁ ଖାରଜ କରିବାକୁ ଅସ୍ଥାନା ଯେଉଁ ମମାଲା ଦିଲ୍ଲୀ ହାଇକୋର୍ଟରେ ଆଗତ କରିଥିଲେ ତା’ ଉପରେ ମତ ଦେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ, ଆଲୋକ ବର୍ମା ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଆଗତ ଅଭିଯୋଗ ଉପରେ ଯଦି ପୁଙ୍ଖାନୁପୁଙ୍ଖ ତଦନ୍ତ କରା ନଯାଏ ତେବେ, ସିବିଆଇ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ।

ସମ୍ବନ୍ଧିତ ଖବର