ସାବଧାନ! ମୋବାଇଲ୍‌କୁ ଆସୁଛି କରୋନା ଭାଇରସ୍‌ ସହିତ ଜଡ଼ିତ ଥିବା ବିପଦପୂର୍ଣ୍ଣ ଭାଇରସ୍‌; ସିବିଆଇ କଲା ଆଲର୍ଟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ଉପରେ ବିପଦ ରହିଥିବା ନେଇ ସିବିଆଇ ସମଗ୍ର ଦେଶରେ ଆଲର୍ଟ ଜାରି କରିଛି।

ସିବିଆଇ ଏହି ଆଲର୍ଟରେ ରାଜ୍ୟର ପୁଲିସ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଏଜେନ୍ସିମାନଙ୍କୁ ସତର୍କ କରି ଏଭଳି ବିପଦପୂର୍ଣ୍ଣ ଭାଇରସ୍‌ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ଭାଇରସ୍‌ ନିଜକୁ କରୋନା ଭାଇରସ୍‌ ସହିତ ଜଡ଼ିତ ଅପଡେଟ ବୋଲି ସୂଚାଉଛି। ଗତ ମଙ୍ଗଳବାର ସିବିଆଇ ଏକ ବୟାନରେ କହିଛି ଯେ, ଇଣ୍ଟରପୋଲରୁ କିଛି ଇନ୍‌ପୁଟ ମିଳୁଛି। ଯାହାକୁ ଆଧାର କରି ବ୍ୟାଙ୍କିଂ ଟ୍ରୋଜନ୍‌ ‘Cerberus’କୁ ନେଇ ଆଲର୍ଟ ଜାରି କରିବାକୁ ପଡ଼ୁଛି। ଏହି ଭାଇରସ୍‌ କାମ କରିବାର ଉପାୟକୁ ବୁଝାଇବାକୁ ଯାଇ ସିବିଆଇ କହିଛି, ‘Cerberus’ କରୋନା ଭାଇରସ୍‌ ମହାମାରୀର ଭୁଲ ଫାଇଦା ଉଠାଇବାକୁ ଯାଇ ନକଲି ଏସ୍‌ଏମ୍‌ଏସ୍‌ ବ୍ୟବହାରକାରୀଙ୍କୁ ପଠାଉଛି।

CBI warns against banking trojan 'Cerberus': मोबाइल में ...

ବର୍ତ୍ତମାନ ସମୟରେ କରୋନା ମହାମାରୀରେ ସଂକ୍ରମଣ ସଂଖ୍ୟା ପାଖାପାଖି ୧ଲକ୍ଷରେ ପହଞ୍ଚି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ କରୋନା ଭାଇରସ୍‌କୁ ନେଇ ଅଧିକ ସୂଚନା ପାଇବା ପାଇଁ ଅନ୍‌ଲାଇନ୍‌ ଆର୍ଟିକଲ୍ସ ଓ ରିସର୍ଚ୍ଚ ପେପର୍ସକୁ ଅଧିକରୁ ଅଧିକ ପଢ଼ୁଛନ୍ତି।

କୋଭିଡ-୧୯କୁ ନେଇ ଲୋକଙ୍କ ମନରେ ଥିବା ଭୟ ଓ ଉତ୍ସୁକତାକୁ ଦେଖି ହ୍ୟାକର୍ସ ବ୍ୟବହାରକାରୀଙ୍କୁ ଟେକ୍ସଟ ମେସେଜ ଜରିଆରେ ଏକ ଲିଙ୍କ୍‌ ପଠାଉଛନ୍ତି। ଏହି ଲିଙ୍କ୍‌ରେ କରୋନା ଭାଇରସ୍‌ ସହିତ ଜଡ଼ିତ ସୂଚନା ଥିବା ନେଇ କୁହାଯାଉଛି। ତେବେ ବ୍ୟବହାରକାରୀ କିଛି ନବୁଝି ଏହି ଲିଙ୍କ ଉପରେ କ୍ଲିକ୍‌ କରିଦେଲେ ବିପଦପୂର୍ଣ୍ଣ ଭାଇରସ୍‌ ସେମାନଙ୍କ ଫୋନ୍‌ରେ ଇନ୍‌ଷ୍ଟଲ ହୋଇଯାଇଥାଏ। ଥରେ ଏହି ଭାଇରସ୍‌ ଇନ୍‌ଷ୍ଟଲ ହୋଇଗଲେ ଅନେକ ଡାଟା ଚୋରି ହେବାର ସମ୍ଭାବନା ରହିଛି। ଉଦାହରଣ ସ୍ୱରୁପ ଗୋଟିଏ କ୍ଲିକ୍‌ ଦ୍ୱାରା ଆପଣଙ୍କ ଫୋନ୍‌ରୁ କ୍ରେଡିଟ୍‌/ଡେବିଟ କାର୍ଡ ନମ୍ବର ଓ ଅନ୍ୟ ସବୁ ବ୍ୟକ୍ତିଗତ ଡାଟା ଚୋରି ହୋଇପାରେ। ତେଣୁ ବ୍ୟବହାରକାରୀ ଏଥିପ୍ରତି ଯଥାସମ୍ଭବ ସଚେତନ ରୁହନ୍ତୁ।

ସମ୍ବନ୍ଧିତ ଖବର