ସ୍ୱତନ୍ତ୍ର ନିର୍ଦ୍ଦେଶକ ଅସ୍ଥାନାଙ୍କଠାରୁ ଦାୟିତ୍ୱ କାଢିନେଲା ସିବିଆଇ, ନିଲମ୍ବିତ ହେଲେ ଡିଏସପି ଦେବେନ୍ଦର କୁମାର

ନୂଆଦିଲ୍ଲୀ : ଲାଞ୍ଚ ଅଭିଯୋଗରେ ଗିରଫ ହୋଇଥିବା ସିବିଆଇ ଡିଏସପି ଦେବେନ୍ଦର କୁମାରଙ୍କୁ ସିବିଆଇ ପକ୍ଷରୁ ନିଳମ୍ବିତ କରାଯାଇଛି । ସେ ଏବେ ୭ ଦିନ ପାଇଁ ସିବିଆଇ ହାଜତରେ ଅଛନ୍ତି । ସ୍ୱତନ୍ତ୍ର ସିବିଆଇ ଜଜ ସନ୍ତୋଷ ସ୍ନେହି ମନ କୁମାରଙ୍କୁ ୭ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଦେଇଛନ୍ତି ।
ଅନ୍ୟପକ୍ଷରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ସଂପର୍କରେ ଚାଲିଥିବା ଯାଞ୍ଚ ଉପରେ ରୋକ ଲଗାଇବାକୁ ଦିଲ୍ଲୀହାଇକୋର୍ଟ ମନା କରିବା ପରେ ତାଙ୍କ ପାଖରେ ଥିବା ଦାୟିତ୍ୱ ଓ ବିଭିନ୍ନ ତଦନ୍ତ ମାମଲାକୁ ପ୍ରତ୍ୟାହାର କରିନେଇଛି । ଏହା ସହିତ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅସ୍ଥାନା ଓ କୁମାରଙ୍କ ସମ୍ପର୍କିତ ସବୁ ଡାଟା ରେକର୍ଡ ଓ କଲ ରେକର୍ଡ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶୁଣାଣି ସମୟରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ଅସ୍ଥାନାଙ୍କ ଉପରେ ଲାଗିଥିବା ଆରୋପ ବେଶ ଗମ୍ଭୀର ଅଟେ ଓ ଏଜେନ୍ସି ଏହି ମାମଲରା ସବିଶେଷ ଯାଞ୍ଚ କରୁଛି ।

ସମ୍ବନ୍ଧିତ ଖବର