ଆସନ୍ତାକାଲି ସନ୍ଧ୍ୟା ୪ଟାରେ ଏହି ସବୁ ସାଇଟ୍‌ରେ ଦେଖିପାରିବେ ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)୧୦ମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ଅର୍ଥାତ୍‌ ମଇ ୨୯ ତାରିଖ ସନ୍ଧ୍ୟା ୪ଟାର ପ୍ରକାଶ ପାଇବ ବୋଲି ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୁପ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଇ ୨୬ ତାରିଖରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ସେମାନଙ୍କ ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ www.cbse.nic.in, www.cbseresults.nic.in, www.results.nic.in, Microsoft SMS Organizer, www.google.com, www.bing.com ଓ UMANG app ଜରିଆରେ ଦେଖି ପାରିବେ।

ଚଳିତ ବର୍ଷ ପାଖାପାଖି ୨୮ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେଇଥିଲେ।  ୧୬ଲକ୍ଷ ଛାତ୍ରଛାତ୍ରୀ ଅଲ ଇଣ୍ଡିଆ ସେକେଣ୍ଡାରୀ ସ୍କୁଲ ଏଗଜାମ୍‌ (ଏଆଇଏସ୍‌ଏସ୍‌ଇ) ଅର୍ଥାତ ୧୦ଶ୍ରେଣୀ ପରୀକ୍ଷା ଦେଇଥିଲେ।

ଗୁଗଲ ସର୍ଚ୍ଚ ଜରିଆରେ ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ ଦେଖିବା ପାଇଁ ଏହି ପଦ୍ଧତି ଆପଣାନ୍ତୁ

୧. www.google.comକୁ ଯାଆନ୍ତୁ
୨. ‘CBSE results’ or ‘CBSE class ୧୦ results’ ସର୍ଚ୍ଚ କରନ୍ତୁ

୩. ଗୁଗୁଲର ସର୍ଚ୍ଚ ରେଜଲ୍ଟ ପେଜରେ ରେଜଲ୍ଟ ସର୍ଚ୍ଚ ଉଇଣ୍ଡୋ ଦେଖିବାକୁ ମିଳିବ। ଏଥିରେ ଆପଣଙ୍କ ରୋଲ ନମ୍ବର ଓ ଜନ୍ମ ତାରିଖ ଦିଅନ୍ତୁ।

୪. ଆପଣଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେବା ପରେ ରେଜଲ୍ଟ ଚେକ୍‌ କରନ୍ତୁ। ଚଳିତବର୍ଷ ମାଇକ୍ରୋସପ୍ଟର ଏସ୍‌ଏମ୍‌ଏସ୍‌ ଅରଗାନାଇଜର୍‌ ଆପ୍‌ ଜରିଆରେ ସିବିଏସ୍‌ଇ ୧୦ମ ଶ୍ରେଣୀ ଦେଖି ପାରିବେ। ଅଫଲାଇନ୍‌ ରହିଲେ ବି ଏହି ସୁବିଧାର ଲାଭ ଉଠାଇ ପାରିବେ। ରେଜଲ୍ଟ ଜାଣିବା ପାଇଁ ଆପଣଙ୍କୁ ଛାତ୍ରଛାତ୍ରୀଙ୍କ ରୋଲ ନମ୍ବର, ସ୍କୁଲ କୋଡ ଓ ଜନ୍ମ ତାରିଖକୁ ପଞ୍ଜିକୃତ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର