ନୂଆଦିଲ୍ଲୀ : ସିବିଏସ୍ଇ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା-୨୦୨୦ ଫଳାଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ୯୧.୧୦ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ଚଳିତବର୍ଷ ଏଥିରେ ୦.୩୬ ପ୍ରତିଶତ ବୃଦ୍ଧି ହୋଇଛି। ଚଳିତବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ଫଳାଫଳ କରିଛନ୍ତି। ଛାତ୍ରଙ୍କ ପାସ୍ ହାର ୯୦.୧୪ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୩.୩୧ ପ୍ରତିଶତ ରହିଛି। ଚଳିତବର୍ଷ ୨.୨୩ ପ୍ରତିଶତ ଛାତ୍ରଛାତ୍ରୀ (୪୧,୮୦୪ ଜଣ) ୯୫ ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ମୋଟ ୧୮.୮୯ ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। କେରଳର ତ୍ରିଭେନ୍ଦ୍ରମ ଜିଲ୍ଲା ଚଳିତବର୍ଷ ସବୁଠୁ ଭଲ ଫଳ କରିଥିବା ଜିଲ୍ଲାର ମାନ୍ୟତା ପାଇଛି। ତ୍ରିଭେନ୍ଦ୍ରମ ଜିଲ୍ଲାର ସଫଳତା ହାର ଶତକଡ଼ା ୯୯.୨୮ ରହିଛି। ସେହିଭଳି ଚଳିତବର୍ଷ ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ସବୁଠୁ ଭଲ ଫଳାଫଳ ହାସଲ କରିଛି। କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ଶତକଡ଼ା ୯୯.୨୩ ପ୍ରତିଶତ ଥିଲାବେଳେ ଏହା ତଳକୁ ଜବାହର ନବୋଦୟ ବିଦ୍ୟାଳୟର ପାସ ହାର ୯୮.୬୬ ପ୍ରତିଶତ ରହିଛି। ଗତବର୍ଷ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ଦେଶରେ ସର୍ବାଧିକ ଥିଲା। ଗତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟର ୯୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ଏହା ତଳକୁ ଜବାହର ନବୋଦୟ ବିଦ୍ୟାଳୟର ୯୮.୫୭ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। ଚଳିତବର୍ଷ କରୋନା ଭାଇରସ ପାଇଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପରୀକ୍ଷା ଫଳ ପ୍ରକାଶ ପାଇଛି।
ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ : ପାସ୍ ହାର ୯୧.୪୬ ପ୍ରତିଶତ
/sambad/media/post_attachments/wp-content/uploads/2020/07/CBSE-10th-result-2020-3.jpg)
/sambad/media/agency_attachments/2024-07-24t043029592z-sambad-original.webp)