ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ଲହର ଦୃଷ୍ଟିରୁ କେନ୍ଦ୍ର ସରକାର ସିବିଏସଇ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯ଼ାଇଛି । ଏହା ସହିତ ଏହି ପରୀକ୍ଷାକୁ ନେଇ ଗତ କିଛ ଦିନ ହେଲା ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି ।
ଏହି ସମୀକ୍ଷା ବୈଠକରେ ମୋଦୀ କହିଥିଲେ ଯ଼େ ଦେଶ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟର ନିରାପତ୍ତାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ଓ ଏହାକୁ ନେଇ କୌଣସି ସାଲିସ କରାଯ଼ିବ ନାହିଁ । ପିଲାମାନଙ୍କ ସ୍ବାର୍ଥରେ ହିଁ ଏହି ନିଷ୍ପତ୍ତି ନିଆଯ଼ାଇଛି । କରୋନା ମହାମାରୀ ପରି ଏକ ଚାପଯ଼ୁକ୍ତ ପରିବେଶରେ ପରୀକ୍ଷା ଦେବାକୁ ପିଲାମାନଙ୍କୁ ବାଧ୍ୟ କରାଯ଼ିବା ଉଚିତ ନୁହେଁ ।
ଆଜିର ସମୀକ୍ଷା ବୈଠକରେ ଗୃହ, ପ୍ରତିରକ୍ଷା, ଅର୍ଥ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯ଼ୋଗ ଦେଇଥିଲେ । ସେହିପରି କ୍ୟାବିନେଟ ସଚିବ, ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗର ସଚିବମାନେ ମଧ୍ୟ ଯ଼ୋଗ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/23cd7078-8dbe-4a1a-938d-553151d3413a.jpg)