ନୂଆଦିଲ୍ଲୀ: ଆଜି ସିବିଏସ୍ଇ ତା’ର ଅଫିସିଆଲ୍ ୱେବ୍ସାଇଟ୍ରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ cbse.nic.in ରେ ସେମାନଙ୍କ ପରୀକ୍ଷା ଫଳ ଦେଖି ପାରିବେ।
ଏ ବର୍ଷ ସମୁଦାୟ ୮୮. ୭୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଅଲଟର୍ନେଟିଭ୍ ଆସେସ୍ମେଣ୍ଟ୍ ସ୍କିମ୍ ଆଧାରରେ ୪୦୦ ଜଣ ଛାତ୍ରଛାତ୍ରୀଙ୍କୁ ଗଣନା କରାଯାଇ ନାହିଁ। ପରେ ସେମାନଙ୍କ ଫଳାଫଳ ପ୍ରକାଶ ପାଇବ। ଏ ବର୍ଷ କୌଣସି ପିଲାଙ୍କୁ ଫେଲ୍ କରାଯାଇନାହିଁ। ଫେଲ୍ ପରିବର୍ତ୍ତେ ‘ଏସେନ୍ସିଆଲ୍ ରିପିଟ୍’ ବ୍ୟବସ୍ଥା କରାଯାଇଛି। କିନ୍ତୁ, ଏ ବର୍ଷ ସିବିଏସ୍ଇ ମେଧା ତାଲିକା ବା ମେରିଟ୍ ଲିଷ୍ଟ୍ ପ୍ରକାଶ କରିବ ନାହିଁ।
/sambad/media/post_attachments/wp-content/uploads/2020/07/cbse1.jpg)
ଏଥର ଜବାହର ନବୋଦୟ ବିଦ୍ୟାଳୟ ଅଧିକ ପାସ୍ ପର୍ସେଣ୍ଟେଜ୍ ରେକର୍ଡ କରିଛି। ଏହାର ପାସ୍ ପର୍ସେଣ୍ଟେଜ୍ ହେଉଛି ୯୮. ୭୦। ତା’ପଛକୁ ରହିଛି କେନ୍ଦ୍ରୀୟ ବିଦ୍ୟାଳୟ (୯୮. ୬୨%) । ଏବର୍ଷ ଘରୋଇ ସ୍କୁଲ୍ମାନେ ସବୁଠୁ କମ୍ ପର୍ସେଣ୍ଟେଜ୍ (୮୮.୨୨%) ରଖିଛନ୍ତି। ସିବିଏସଇ ଭୁବନେଶ୍ୱର ଜୋନରେ ପାସହାର ୯୧.୪୬% ରହିଛି।
ଜୁନ୍ ମାସ ୨୬ ତାରିଖରେ ସିବିଏସ୍ଇ ସୁପ୍ରିମ୍ କୋର୍ଟଙ୍କୁ କହିଥିଲା ଯେ, ଜୁଲାଇ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବ। ଶେଷ ତାରିଖର ଦୁଇ ଦିନ ପୂର୍ବରୁ ଫଳାଫଳ ପ୍ରକାଶ କରିଛି ‘ସିବିଏସ୍ଇ’।
/sambad/media/post_attachments/wp-content/uploads/2020/07/cbse-2.jpg)
କୃତୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଅଧ୍ୟକ୍ଷ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।