୩୧ ତାରିଖ ସଂଧ୍ୟା ୬ଟାରେ ଘୋଷଣା ହେବ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ

ନୂଆଦିଲ୍ଲୀ :  ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସିବିଏସଇ ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବେ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଗତ ମଙ୍ଗଳବାରଦିନ ଏକ ଓ୍ବେବିନାରରେ ଯୋଗ ଦେଇ ମନ୍ତ୍ରୀ କହିଥିଲେ ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା କରାଯିବା ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତୀ କାଳରେ ନିଆଯିବ ବୋଲି ସେ ସୂଚନା ଦେଇଥିଲେ ।

 

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହିଁ ହେବ । କାରଣ ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି । ଅନ୍ୟପକ୍ଷରେ ପରୀକ୍ଷାକୁ ବାତିଲ କରି ପିଲାମାନଙ୍କୁ ପାସ କଲେ ତାହା ପିଲାମାନଙ୍କ ପ୍ରତି ଅବିଚାର ହେବ । କାରଣ ଭବିଷ୍ୟତରେ ସେମାନଙ୍କୁ କୋଭିଡ ସମୟର ପିଲା ବୋଲି କୁହାଯାଇପାରେ । ଏହା ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ । ଏଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ ବୋଲି ମନ୍ତ୍ରୀ ଉକ୍ତ ଓ୍ବେବିନାରରେ କହିଥିଲେ ।

ସମ୍ବନ୍ଧିତ ଖବର