ଗତ ବର୍ଷ ଭଳି ଚଳିତ ବର୍ଷ ଜୁଲାଇରେ ହେବ ସିବିଏସ୍ଇ ବୋର୍ଡ ପରୀକ୍ଷା !

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୧ ରଦ୍ଦ ହେବ ନାହିଁ | କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଗତ ବର୍ଷ ଭଳି ଚଳିତ ବର୍ଷ ଜୁଲାଇରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ | ଆଜି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି | କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ ପରୀକ୍ଷା ଫର୍ମାଟ୍ ବିଷୟରେ ଅଧିକ ସୂଚନା ଦେବା ସହ ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ ଜୁନ୍ ୧ରେ ଘୋଷଣା କରିବେ ବୋଲି ଜଣାପଡିଛି |

ମିଳିଥିବା ସୂଚନା ମୁତାବକ, ବୈଠକରେ ୧୯ଟି ପ୍ରମୁଖ ବିଷୟଗୁଡ଼ିକୁ ନେଇ ସିବିଏସ୍ଇ ବୋର୍ଡ ପରୀକ୍ଷା କରିବାର ବିକଳ୍ପ ଉପରେ ଆଲୋଚନା କରାଯାଇଥିଲା ଏବଂ ଏନେଇ ଅନେକ ରାଜ୍ୟରୁ ସମର୍ଥନ ମିଳିଥିଲା | ଅନ୍ୟାନ୍ୟ ବିଷୟର ମୂଲ୍ୟାଙ୍କନ ପାଇଁ ଭିନ୍ନ ଉପାୟ ବାହାର କରିବା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା | ବିଦ୍ୟାଳୟରେ ପ୍ରମୁଖ ବିଷୟଗୁଡ଼ିକ ପାଇଁ ୯୦ମିନିଟର କ୍ଷୁଦ୍ର ପରୀକ୍ଷା କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ବେଳେ ଏନେଇ ରାଜ୍ୟକୁ ଆସନ୍ତା ସପ୍ତାହ ସୁଦ୍ଧା ନିଜର ମତାମତ ଦେବାକୁ କୁହାଯାଇଛି |

India Education Diary

ସୂଚନା ମୁତାବକ, ଏହି ବୈଠକର ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ | ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଙ୍କ ସମେତ ଏହି ବୈଠକରେ କେନ୍ଦ୍ର ମହିଳା ଓ ଶିଶୁ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଉପସ୍ଥିତ ରହିଥିଲେ | ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ରାଜ୍ୟ ପରୀକ୍ଷା ବୋର୍ଡର ଚେୟାରମ୍ୟାନ୍ ତଥା ହିତାଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯାଇଥିଲା |

ସମ୍ବନ୍ଧିତ ଖବର